କଳାହାଣ୍ଡି , ଜୁନ୍ 24(ଖବର ଓଡ଼ିଶା):
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷା ବିଭାଗ କିରାଣୀ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଶିକ୍ଷା ବିଭାଗର ମୁଖ୍ୟ କିରାଣୀ ୧୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଆଜି ସକାଳେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଠିକ୍ ଏହି ସମୟରେ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ଶିକ୍ଷା ବିଭାଗ କିରାଣୀ ।
ଅବସରପ୍ରାପ୍ତ ଶିକ୍ଷକଙ୍କର ଜିପିଏଫ୍ ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ ସୁଚନା ମିଳିଛି । ତେବେ ଏହି ଗୋଟିଏ କି ଦୁଇଟି ଘଟଣା ନୁହେଁ ପ୍ରତିଦିନ ଲାଞ୍ଚୁଆ ସରକାରୀ କର୍ମଚାରୀ ଧରାପଡ଼ୁଛନ୍ତି ହେଲେ ସେମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।