ପୁରୀ : ଆଜି ଅପରାହ୍ନରେ ପୁରୀ ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍ପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସ୍ଥିତି ପରଖିଛନ୍ତି । ଘଟଣାସ୍ଥଳ ଅନୁଧ୍ୟାନ ପରେ ପୋଲିସ୍ ଡିଜି ୱାଇ. ବି. ଖୁରାନିଆଙ୍କ ପ୍ରତିକ୍ରିୟା। କହିଲେ, ଆଜି ଦୁଇଟି ସ୍ପେଶାଲ ଟିମ୍ ଆସି ଅନୁଧ୍ୟାନ କରିଛନ୍ତି। କିଛି ତଥ୍ୟ ହସ୍ତଗତ ହୋଇଛି, କିଛି ଆସିବାର ବାକି ରହିଛି
ସେପଟେସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ବାହାରି ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ପୀଡିତାଙ୍କୁ ତୁରନ୍ତ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି ।
ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସର୍ବୋତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ନିଶ୍ଚିତ କରାଯିବ । ନାବାଳିକା ଜଣକ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା ।