ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଚିହ୍ନଟ କରିବାରେ ହେରଫେର,୨ସରକାରୀ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
Khabar Odisha:State-Odisha-Corruption-in-choosing-fani-affected-area-villagers
ଖୋର୍ଦ୍ଧା, ମେ ୨୦(ଖବର ଓଡ଼ିଶା):

ବାତ୍ୟା ଫୋନି ଅନେକ ସ୍ଥାନରେ ଦାଉ ସାଧିଛି । ବାତ୍ୟା କ୍ଷୟଗ୍ରସ୍ତ ଲୋକଙ୍କ ଚିହ୍ନଟରେ କିଛି ଲୋକେ ବାଦ ପଡ଼ିଥିବା ଅଭିଯୋଗରେ ଦୁଇ ସରକାରୀ ଅଧକାରୀଙ୍କୁ ଅଟକ ରଖିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବ୍ରଜମୋହନପୁର ପଞ୍ଚାୟତ ସଢେଇଗଡ଼ ଗାଁର ଗ୍ରାମବାସୀ ଦୁଇଜଣ ସରକାରୀ ଅଧିକରୀଙ୍କୁ ଅଟକ ରଖିଛନ୍ତି । ବାତ୍ୟା ଫୋନୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧ୍ୱଂସବିଧ୍ୱଂସ କରିଦେଇଛି । ତାକୁ ପୂର୍ବଅବସ୍ଥାକୁ ଫେରାଇବାକୁ ପ୍ରଶାସନ ପକ୍ଷରୁ କାର୍ଯ୍ୟ କରାଯାଉଛି । କିନ୍ତୁ ଏହି କାର୍ଯ୍ୟରେ ଅବହେଳା କରିବାରୁ ଆଜି ଗ୍ରାମବାସୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କୁ ଅଟକ ରଖିଛନ୍ତି । ଗ୍ରାମବାସୀ ଦୁଇ ସରକାରୀ ଅଧିକାରୀଙ୍କ ନାଁରେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଚିହ୍ନଟ କରିବାରେ ହେରଫେର ଅଭିଯୋଗ ଆଣିଛନ୍ତି ।

  • Tags:

Subscribe

National International State Sports Entertainment