ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା,ଫେସବୁକରେ ପୋଷ୍ଟ କରି ନିଜ ବଡ଼ ଭଉଣୀଙ୍କୁ ଟାଣିଲେ ବିବାଦ ଘେରକୁ ଭୁବନେଶ୍ବର, ସେପ୍ଟେମ୍ୱର ୨୫(ଖବର ଓଡ଼ିଶା) Share story: ପୁଣି ଚର୍ଚ୍ଚାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ।ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା । ନିଜ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ବିଷୟରେ ଏବେ ଫେସବୁକରେ ପୋଷ୍ଟ କରିଛନ୍ତି ଦୂତୀ। ପୋଲିସ ର ଧମକ ଦେଖାଇ ଗୋଟିଏ ବାଙ୍ଗାଲାଦେଶର ଝିଅକୁ ଜୋର ଜବରଦସ୍ତି କରି ନିଜର କରି ରଖିବା ଏବଂ ଆଧାରକାର୍ଡ, ପାନ୍ କାଡ, ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇ ତାକୁ ଭାରତର ବାସିନ୍ଦା କରିବା ଭଳି କିଛି ଅଭିଯୋଗ ସରସ୍ୱତୀ ଚାନ୍ଦଙ୍କ ବିଷୟରେ କରିଛନ୍ତି। ସମଲିଙ୍ଗୀ ସଂପର୍କ ନେଇ ଆରୋପ ଲଗାଇଛନ୍ତି ଦୂତୀ । ସମଲିଙ୍ଗୀ ସଂପର୍କ ନେଇ ତାଙ୍କୁ ବିବାଦକୁ ଟାଣିଥିବା ସରସ୍ୱତୀ ଏବେ କେମିତି ସମଲିଙ୍ଗୀ ସଂପର୍କ ରଖିଛନ୍ତି ବୋଲି ଦୂତୀ ପ୍ରଶ୍ନ କରିବା ସହିତ ସମାଲୋଚନା କରିଛନ୍ତି । ଖବର ଓଡ଼ିଶା, Reporter, 24/09/2022