ଢେଙ୍କାନାଳ : ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ କଙ୍କଡ଼ାହାଡ଼ରେ ବଣିକ ସଂଘ ସହ ସ୍ଥାନୀୟ ଲୋକ ହେଲେ ସାମିଲ । ଏହି ପ୍ରତିବାଦରେ ଆନ୍ଦୋଳନକାରୀ ମାନେ ଗୁରୁବାର ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ । ବନ୍ଦ ଯୋଗୁ ଦୀର୍ଘ ସମୟ ଯାଏ ଦୋକାନବଜାର ବନ୍ଦ ରହିଥିଲା ।
ଅଭିଯୋଗ ଅନୁସାରେ, କଙ୍କଡାହାଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଏନେଇ ବିଦ୍ୟୁତ ବିଭାଗ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଏହାର ପ୍ରତିବାଦରେ ଦୋକାନବଜାର ବନ୍ଦ ହୋଇ ଆନ୍ଦୋଳନ କରାଯାଇଥିଲା ।
ତେବେ ପ୍ରଶାସନର ଉପସ୍ଥିତିରେ ବିଭାଗୀୟ ବିଦ୍ୟୁତ ଅଧିକାରୀ ମାନେ ପହଞ୍ଚି ଆନ୍ଦୋଳନକାରିକୁ ବୁଝା ସୁଝା କରିଥିଲେ। ଏଥିସହିତ ବିଦ୍ୟୁତ ବିଭାଗ ପକ୍ଷରୁ ତ୍ଵିରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ଉଠିଥିଲା। ତେବେ ଆନ୍ଦୋଳନ ଉଠିବା ପରେ କଙ୍କଡ଼ାହାଡ଼ରେ ବଜାର ଗୁଡିକ ସ୍ୱାଭାବିକ ହୋଇଥିଲା।