ପୁରୀ: ଶ୍ରୀମନ୍ଦିରରେ ଆଜି ପୋଢୁଆଁ ହେଇଛନ୍ତି ମହାପ୍ରଭୁ। ଗତକାଲି ମାମୁଁଘର ନିଆଳିରୁ ଶ୍ରୀବିଗ୍ରହଙ୍କ ପାଇଁ ପୋଢୁଆଁ ଭାର ଆସିବା ପରେ ଆଜି ପୋଢୁଆଁ ହୋଇଛନ୍ତି ବଡଠାକୁର ।
ମାମୁଘରୁ ଆସିଥିବା ନୂତନବସ୍ତ୍ର ପରିଧାନ କରିଛନ୍ତି ଶ୍ରୀବିଗ୍ରହ। ଏତଦବ୍ୟତିତ ମାମୁଁଘର ନିଆଳି ମାଧବାନନ୍ଦଙ୍କ ପିଠରୁ ଭୋଗହୋଇ ଆଶିଥିବା ପଢୁଆଁ ପିଠା ବଡଦାଣ୍ଡରେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ନିଆଳି ଅଞ୍ଚଳର ଶତାଧିକ ଲୋକେ ବଡଦାଣ୍ଡରେ ଏକତ୍ରିତ ହୋଇ ପଢୁଆଁ ପିଠା ବଣ୍ଟନ କରୁଥିବା ବେଳେ ପିଠା ଖାଇବା ପାଇଁ ଅନେକ ଗହଳି ଚହଳି ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଛି। ବର୍ଷକୁ ଗୋଟିଏ ଥର ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ସହିତ ପ୍ରସ୍ଥୁତ କରାଯାଇଇଥିବା ଏହି ଆରିସା କାକରା , ଯାହା ନିଆଳି ଯାଦବ ସଂପ୍ରଦାୟର ଲୋକଙ୍କ ଦ୍ବାରା ଅତି ନିଷ୍ଠାର ସହିତ ପ୍ରସ୍ତୁତ ହେବାପରେ ମାଧବାନନ୍ଦ ମନ୍ଦିରରୁ ପୁରୀ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଆସିଥାଏ ।