ଗଜପତି: ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ ଗଜପତି ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ନିଯୁକ୍ତ କରାଯାଇଥିବାର ଜଣାପଡ଼ିଛି। ମୀନା ୨୦୧୭ ବ୍ୟାଚର ଆଇପିଏସ୍ ଅଧିକାରୀ ହୋଇଥିବା ବେଳେ ସେ ପୂର୍ବରୁ ବରଗଡ଼ ଜିଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିଲେ।
ଏଥି ପୂର୍ବରୁ ଗଜପତି ଜିଲାର ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତ ମାର୍ଚ୍ଚ ମାସ ଶେଷରେ ଅବସର ଗ୍ରହଣ କରିଥିଲେ। ପରେ ପ୍ରାୟ ଦୁଇ ମାସ ଧରି ଏହି ପଦବୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମ୍. ଓ ଗଜପତିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି ସାମୟିକ ଭାରପ୍ରାପ୍ତ ଭାବେ ଦାୟିତ୍ୱ ପାଳନ କରୁଥିଲେ। ମୀନାଙ୍କ ଯୋଗଦାନ ପରେ ଜିଲାରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ ହେବା ସହ ପାରଳାଖେମୁଣ୍ଡି ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ହେବ ବୋଲି ସାଧାରଣ ଲୋକମାନେ ଆଶା ପ୍ରକାଶ କରିଛନ୍ତି।