ଅପରାଧ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ, ଏଣିକି ଭୁବନେଶ୍ୱରରେ କାରରେ ଲାଗିବନି କଳା କାଚ ଭୁବନେଶ୍ୱର, ମେ ୧୫(ଖବର ଓଡିଶା): Share story: ଅପରାଧ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ । ଏଣିକି ଭୁବନେଶ୍ୱରରେ କାରରେ ଲାଗିବନି କଳା କାଚ । କାରରେ କଳା କାଚ ଲଗାଇଲେ ୫୦୦ ଟଙ୍କା ଜରିମାନା ଗଣିବାକୁ ପଡିବ । ଏପରି ବାରମ୍ବାର କଲେ ଗାଡି ସିଜ୍ କରାଯିବ । ତେବେ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୫୧ଟି ଗାଡିର ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ସେହିପରି ଆଗକୁ ଏହି ଯାଞ୍ଚ ଆହୁରି କଡାକଡି କରିବ କମିଶନରେଟ ପୋଲିସ । ଏନେଇ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ସୂଚନା ଦେଇଛନ୍ତି । ତେବେ ୫୧ଟି କାରରୁ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି । ସେହିପରି ରାଜଧାନୀରେ ୫୦ ସ୍ପିଡରୁ ବେଶୀ ଜୋରରେ ଗାଡି ଚଳାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ । ଏହାସହିତ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି । ପ୍ରତି ଛକରେ ହେଲମେଣ୍ଟ ଯାଞ୍ଚ ମଧ୍ୟ କରାଯାଉଛି । ଖବର ଓଡ଼ିଶା, Reporter, 15/05/2022