ଜଳେଶ୍ୱର : ଭାରସାମ୍ୟ ହରାଇ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ତେବେ ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍ଏଚ୍-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ଏକ ଯାତ୍ରୀବାହୀ ବସ କିଛି ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିଲା। ଏହି ସମୟରେ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଏଜ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଓଲଟି ପଡିବା ସହିତ ବସରେ ଥିବା ୩୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସମସ୍ତ ଆହତ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ କରୁଛନ୍ତି ।