ରାଜ୍ୟରେ ବଢୁଛି ବଜ୍ରକାପ୍ତା ଚାଲାଣ, ବଡ଼ମ୍ବା ରେଞ୍ଚରୁ ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା
Khabar Odisha:Pangolin-smuggling-on-the-rise-in-the-state-living-Pangolin-rescued-from-Badamba-Range

କଟକ, ମେ ୧୫ (ଖବର ଓଡ଼ିଶା): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ବଜ୍ରକାପ୍ତା ଚାଲାଣ । ରାଜ୍ୟ ବାହାରେ ବଜ୍ରକାପ୍ତା ବିକ୍ରିକୁ ନେଇ ରାଜ୍ୟ ଭିତରେ ମାତିଛନ୍ତି ମାଫିଆ । ବିଶେଷ କରି କଟକ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଏବେ ସକ୍ରିୟ ଏହି ବଜ୍ରକାପ୍ତା ଚାଲାଣ ର‌୍ୟାକେଟ୍ ।

ପୁଣି ଆଠଗଡ ବନଖଣ୍ଡ ଅଧିନସ୍ଥ ବଡମ୍ବା ରେଞ୍ଚ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ଜୀବନ୍ତ ବଜ୍ରକାପ୍ତା । ଅତି ସନ୍ଦେହ ଜନକ ଭାବରେ ପାଖ ଜଙ୍ଗଲ ରୁ ପ୍ରାୟ ୪ କିଲୋ ଓଜନର ଏକ ବଜ୍ରକାପ୍ତାକୁ ଏକ ସ୍ଥାନୀୟ ଯୁବକ ଉଦ୍ଧାର କରି ପୋଲିସ୍ ଜିମା ଦେଇଛନ୍ତି ।

ବର୍ତମାନ ବଜ୍ରକାପ୍ତା ଟି ସୁସ୍ଥ ଅବସ୍ଥାରେ ଥିବା ଜଣାପଡିଥିବା ବେଳେ । ଏହି ବଜ୍ରକାପ୍ତାଟି କେଉଁଠୁ ଆସିଲା ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ଏସଟିଏଫ । କିଛି ଦିନ ପୂର୍ବରୁ ଏହି ବଜ୍ରକାପ୍ତା ଚାଲାଣ ବେଳେ ଜଣଙ୍କୁ ଗିରଫ କରିବା ସହିତ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ଏସଟିଏଫ ଟିମ୍ ।

  • Tags:

Subscribe

National International State Sports Entertainment