ଭୁବନେଶ୍ୱର: ଖୋଲା ପେଟ୍ରୋଲ୍ ଓ ଡିଜେଲ ବିକ୍ରି ନେଇ ଆସିଲା ବଡ ଖବର । ଖୋଲା ପେଟ୍ରୋଲ୍ ଓ ଡିଜେଲ ବିକ୍ରି ଉପରେ ଲାଗିପାରେ କଟକଣା । ଏନେଇ ଖୁବ୍ ଶୀଘ୍ର ଗାଇଡ୍ଲାଇନ୍ ଆସିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ନିଷ୍ପତ୍ତି ନିଆଯିବ ।
ସୂଚନା ଅନୁଯାୟୀ ବାଲେଶ୍ଵର ଓ ବଳଙ୍ଗା ଘଟଣା ପରେ ସାରା ରାଜ୍ଯରେ ହଇଚଇ ଖେଳି ଯାଇଛି। ଦୁଇଟିଯାକ ଘଟଣାରେ ଖୋଲା ପେଟ୍ରୋଲ ବିକ୍ରୀକୁ ନେଇ ପ୍ରଶ୍ନ ଉଠିଛି। ବେଆଇନ ଭାବେ ପେଟ୍ରୋଲ ଖୋଲାରେ ବିକ୍ରୀ ହେଉଥିବାରୁ ଅପରାଧୀ ମାନେ ଏହାର ଫାଇଦା ଉଠାଉଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏପରି ଖୋଲା ଅବାଧ ବିକ୍ରୀକୁ ରୋକିବାକୁ ସରକାର କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ମତପ୍ରକାଶ ପାଇଛି।