ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ, 41ରେ ପହଁଞ୍ଚିଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା
Khabar Odisha:One-more-COVID19-positive-case-in-Bhubaneswar-A-45-year-old-year-man-from-Madhusudan-Nagar-Unit-IV
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ ରୋଗୀ । ଏ ନେଇ ଟ୍ୱିଟ କରି ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ। 

ୟୁନିଟ-4, ମଧୂସୁଦନ ନଗର ଅଞ୍ଚଳର ସମ୍ପୃକ୍ତ ଯୁବକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ୟୁବକ ଜଣକଙ୍କ ବୟସ 45 ବର୍ଷ ହୋଇଥିବା ନେଇ ସୂଚନା ମିଳିଛି। 

ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତ ସଂଖ୍ୟା 33 ରେ ପହଁଞ୍ଚିଥିବା ବେଳେ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 41ରେ ପହଞ୍ଚିଥିବା ଜଣାପଡିଛି। 

  • Tags:

Subscribe

National International State Sports Entertainment