ରାଜ୍ୟ ବିଜେପି ପାଇଁ ନୂଆ ପ୍ରଭାରୀ ନିଯୁକ୍ତି, ସୁନୀଲ ବଂଶଲ ଓଡ଼ିଶା ସମେତ ୩ ରାଜ୍ୟର ବିଜେପି ପ୍ରଭାରୀ ଭୁବନେଶ୍ବର, ଅଗଷ୍ଟ 10(ଖବର ଓଡ଼ିଶା): Share story: ରାଜ୍ୟ ବିଜେପି ପାଇଁ ନୂଆ ପ୍ରଭାରୀ ନିଯୁକ୍ତି । ସୁନୀଲ ବଂଶଲଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ, ତେଲେଙ୍ଗାନା ଦାୟିତ୍ୱ ମଧ୍ୟ ମିଳିଛି । ଏନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ସୁନୀଲ ବଂଶଲ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ-ଇନ୍ଚାର୍ଜ ରହିଥିଲେ। ଏହି ସମୟରେ ବିଜେପି ଏଠାରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା। ଖବର ଓଡ଼ିଶା, Reporter, 10/08/2022