ଭୁବନେଶ୍ୱର: ନୂଆବର୍ଷକୁ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତ। ହୋଟେଲ ଠାରୁ ଆରମ୍ଭ କରି ପବ, ଡ୍ୟାନ୍ସ ବାର ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କଲେଣି। ନୂଆବର୍ଷ ସେଲିବ୍ରେସନରେ ଝଗଡ଼ା ଓ ଗୋଷ୍ଠୀ ସଂଘର୍ଷ ଘଟିବା ନଜର ଆସିଛି। ଏହାକୁ ଦୃଷ୍ଟିରେ ରଖି ଚଳିତଥର ବିଶୃଙ୍ଖଳା ରୋକିବାକୁ ଅବକାରୀ ବିଭାଗ ସଜାଗ ହୋଇଛି।
ଅବକାରୀ ସୁପରିଟେଣ୍ତଣ୍ଟ ଡି. ପଟେଲଙ୍କ କହିବା ମୁତାବକ, ୩୧ ତାରିଖ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିନାହିଁ। ଖିଲାପକାରୀଙ୍କୁ ଜଗିବା ପାଇଁ ଏକାଧିକ ପ୍ଲାଇଁ ସ୍କ୍ୱାଡ ଗଢ଼ାଯାଇଛି। କ୍ଲବ, ପବ୍ ଖୋଲିବାର ଶେଷ ସମୟ ହେଉଛି ରାତି ୧୨ଟା ।
ଯଦି କେହି ଅଧିକା ଟଙ୍କା(୫୦୦୦) ପୈଠ କରି ଆବେଦନ କରିବ ତେବେ ରାତି ୧.୩୦ ପର୍ଯ୍ୟନ୍ତ ଖୋଲା ରଖିପାରିବ। କିନ୍ତୁ ଏହି ସମୟସୀମା ଟପିଲେ ଅବକାରୀ ଟିମ୍ କାର୍ଯ୍ୟାନୁଷ୍ଠାନ ନେବେ। ବାର, ପବ୍, ହୋଟେଲରେ ସରପ୍ରାଇଜ୍ ଚେଜିଂ କରାଯିବ। କେବଳ ମଦ ନୁହେଁ ବ୍ରାଉନସୁଗର, କୋକେନ, କଫ ସିରପ ମାଫିଆଙ୍କ ଉପରେ ମଧ୍ୟ ଅବଜାରୀ ବିଭାଗର କଡ଼ା ନଜର ରହିଛି।