ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲା | ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ | ଗଞ୍ଜାମ ଜିଲ୍ଲା ବିଏନ୍ପୁର ଥାନା ଜଳେଶ୍ୱରପୁରରେ ଥିବା ଗୋପାଳ ଦାସଙ୍କ ପୈତୃକ ଘରେ ଆଜି ପହଞ୍ଚିଛି ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଗୋପାଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଗୋପାଳଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ପୈତୃକ ଘରେ ତାଙ୍କ ବଡ଼ ଭାଇ, ଭାଉଜ ତଥା ତାଙ୍କ ପତ୍ନୀ ଓ ପିଲାମାନେ ରହୁଛନ୍ତି। ଗୋପାଳଙ୍କ ବଡ଼ ଭାଇ ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ଥିଲେ। ଗୋପାଳ ଝାରସୁଗୁଡ଼ାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିବା ବେଳେ ପ୍ରାୟ ୫ ମାସ ତଳେ ସେ ବ୍ରହ୍ମପୁର ଯାଇଥିଲେ। ତାଙ୍କ ଘରୁ କିଛି ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ସେଠାକୁ ଯାଇଥିବା ଜଣାଯାଇଛି।