ଭୁବନେଶ୍ୱର : ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଦେଲେ ଖୁସିଖବର । ଆସନ୍ତା ଡିସେମ୍ବର ୩୧ରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ ଟଙ୍କା । ଏସ୍ସି,ଏସ୍ଟି ଛାତ୍ରୀଛାତ୍ରଙ୍କୁ ଏହି ମାଧୋସିଂ ହାତ ଖର୍ଚ୍ଚ ମିଳିବ । ବରଗଡ଼ ଜିଲା ଘେଁସରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ। ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।
ଏହି ଯୋଜନାରେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସରକାରଙ୍କ ଏପରି ଯୋଜନା ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟରୋକାଯାଇପାରିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଶା ବ୍ୟକ୍ତ କରିଛନ୍ତି ।ବିିଶେଷ କରି ବିଚ୍ଛିନ୍ନାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଭେଗୁଥିବାରୁ ସେମାନେ ଅର୍ଥାଭାବରୁ ଅଧାରୁ ପାଠ ପଢା ଛାଡିଦେଉଥିବା ଲକ୍ଷ୍ୟ କରାଯାଉଛି । ତେଣୁ ଏହି ଯୋଜନା ଦ୍ୱାରା ସେମାନେ ଆଗକୁ ପାଠପଢା ଜାରି ରଖିପାରିବେ ।