ଗୁଣିଗାରେଡି ସନ୍ଦେହରେ ୨ଜଣଙ୍କୁ ମାଡି ମାରି ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ,ତଦନ୍ତ ଚଳାଇଛି ପୋଲିସ୍ ଗଞ୍ଜାମ , ମେ 15(ଖେବର ଓଡିଶା): Share story: ଗଞ୍ଜାମ ଜିଲ୍ଲା ଗଡ଼ହୁମା ଗାଁରେ ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ମାଡ଼ ମାରିବା ଘଟଣା ଏବେ ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ଅଚଂଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର କିଶୋର ଦାସ ଓ ମହିଳା ମଞ୍ଜୁଳା ଦାସ ।ଗତକାଲି ରାତିରେ ଦେବୀ ମନ୍ଦିରରେ ତାନ୍ତ୍ରିକ ପୂଜା ପାଠ କରୁଥିବା ବେଳେ ଧରାପଡ଼ିଥିଲେ ଦୁଇ ଜଣ । ଗ୍ରାମବାସୀମାନେ ମଧ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରି ଲହୂଲୂହାଣ କରିଦେଇଛନ୍ତି । ଜଣଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଥିବାର ମଧ୍ୟ ଖବର ଆସିଛି । ପରେ ଘଟଣା ସ୍ଥଳରେ ପୋଲିସ୍ ପହଂଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ନେଇଛନ୍ତି । ଘଟଣାସ୍ଥଳରୁ ମଧ୍ୟ ମଣିଷ ଖପୁରୀ,ସିନ୍ଦୁର,ଫୁଲ ମାଳ ଆଦି ଜବତ କରାଯାଇଛି । ଖବର ଓଡ଼ିଶା, Reporter, 15/05/2022