ଆଉ କିଛି ଦିନ ପରେ 2022 ସରିଯିବ | ନୂଆବର୍ଷ ଅପେକ୍ଷାରେ ଯୁବପିଢ଼ି | ତେବେ ନୂଆବର୍ଷକୁ ଆଉ କିଛି ଦିନ ବାକି ଥିବା ବେଳେ ଆଜି ଓଡିଶା ଅବକାରୀ ବିଭାଗ ପକ୍ଷରୁ ବଡ଼ଦିନ ଓ ନୂଆବର୍ଷ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି | ନୂଆବର୍ଷ ଓ ବଡ଼ଦିନ ପାଇଁ ପବ ଓ ଡ୍ୟାନ୍ସ ବାର ଉପରେ କଟକଣା ଜାରି କରିଛି ଅବକାରୀ ବିଭାଗ । ରାତି ୧୨ ପରେ ଖୋଲିବନି ପବ ଓ ଡ୍ୟାନ୍ସ ବାର । ଡିସେମ୍ବର ୨୪ରୁ ଜାନୁଆରୀ ୮ ଯାଏ ଲାଗୁ ହେବ ଏହି କଟକଣା । ନିୟମ ଭାଙ୍ଗିଲେ ଲାଇସେନସ ରଦ୍ଦ କରିବ ବୋଲି ସ୍ପଷ୍ଟ କଲା ଅବକାରୀ ବିଭାଗ ।