ବହୂ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ଜାମିନ୍ ମାଗିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
Khabar Odisha:Govind-Sahu-the-main-accused-in-the-much-publicized-murder-of-Mamita-Meher-has-been-granted-bail
କଣ୍ଟାବାଞ୍ଜି , ଡିସେମ୍ବର ୨(ଖବର ଓଡ଼ିଶା):

ବହୂ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ଜାମିନ୍ ମାଗିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟରେ ଗୋବିନ୍ଦ ସାହୁର ଜାମିନ୍ ଆବେଦନ ହୋଇଛି । ଆସନ୍ତା ୬ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଆସନ୍ତା କାଲି ମଧ୍ୟ ହାଇକୋର୍ଟରେ ଷ୍ଟାଟର୍ସ ରିପୋର୍ଟ ଦାଖଲ ହେବ । 

ସୁଚନା ଅନୁସାରେ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦେଢମାସ ହେବ କଣ୍ଟାବାଞ୍ଜି ସେଲ ନମ୍ବର ୧ରେ ତାଙ୍କୁ ରଖାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଷ୍ଟାଟର୍ସ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ କୁହାଯାଇଥିଲା ଫଳରେ ଏହା ଗତ କାଲି କୋର୍ଟରେ ଦାଖଲ କରିବ ବଲାଙ୍ଗିର୍ ପୋଲିସ୍ । 

ଆଉ ଗୋଟିଏ ପ୍ରଶ୍ନ ଉଠୁଛୁ ଯେ ଗୋଟିଏ ପଟେ ବିଧାନସଭାରେ ବିରୋଧୀ ଦଳ ମମିତାଙ୍କୁ ନ୍ୟାୟ ଦାବିରେ ଗୃହରେ ହୋହଲ୍ଲା କରୁଥିବା ବେଳେ ଅନ୍ୟପଟେ ଗୋବିନ୍ଦ ସାହୂ ଜାମିନ୍ ଆବେଦନ କରିଛନ୍ତି ଯାହା ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଆସନ୍ତା ୬ ତାରିଖରେ ଜାମିନ୍ ନେଇ କଣ ଘୋଷଣା ହେବ ସେ ନେଇ ସମସ୍ତଙ୍କର ନଜର ରହିଛି ।

  • Tags:

Subscribe

National International State Sports Entertainment