ନୂଆପଡା: ନୂଆପଡା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସିରାମ ମାଝୀ ୩୫ ହଜାରରୁ ଅଧିକ ଭୋଟ୍ ପଛରେ ଅଛନ୍ତି । ଏହା ମଧ୍ୟରେ ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହିତ କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ପ୍ରତି ବିଷୋଦଗାର କରିଛନ୍ତି ।
ସେ କହିଛନ୍ତିି, ଭୋଟର ଟଙ୍କାରେ କିଣି ହୋଇଗଲେ । ମାଟି ପୁଅକୁ ବି ଚିହ୍ନିଲେ ନାହିଁ । କେବଳ ଏତିକି ନୁହେଁ ନିର୍ବାଚନରେ କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ କି ସମର୍ଥନ କିଛି ମିଳିଲା ନାହିଁ । କେନ୍ଦ୍ର କଂଗ୍ରେସରୁ ଆର୍ଥିକ ସହାୟତା ବି ଦିଆଗଲାନି । ଏହି ସମୟରେ ସେ ଆମେରିକାର ଦିବଙ୍ଗତ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଆବ୍ରାହମ ଲିଙ୍କନ ୯ ଥର ହାରିଥିଲେ, ମୁଁ ୬ ଥର ହାରିଛି । ଆଉ ତିନି ଥର ନିର୍ବାଚନ ଲଢିବି ।
ଉଲ୍ଲେଖନୀୟ ୧୩ମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୬୩ ହଜାର ୫୨୨ ଭୋଟ୍ ମିଳିଛି । ଏଥିସହ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ୪୩ ହଜାର ୨୩୪ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ । ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ୨୦ ହଜାର ୨୮୮ ଖଣ୍ଡ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୨୦ ହଜାର ୧୦୩ ଭୋଟ୍ ମିଳିଛି । ଏଥିସହ ଜୟ ଢୋଲକିଆ ବଡ ବିଜୟ ପଥେ ଅଗ୍ରସର ହେଉଛନ୍ତି ।
Also read: ବିିହାରରେ ନୀତିଶ-ମୋଦୀଙ୍କ ଯାଦୁ, ଏନଡିଏର ସୁନାମୀରେ ଧରାଶାୟୀ ମହାମେଣ୍ଟ, ପିକେ ଓ ଓୱେସୀ