କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧୀନରେ ଥିବା କନ୍ତଲେଇ ଅଞ୍ଚଳରେ ଏକ ମାଈହାତୀର ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ମାଈହାତୀର ଶରୀରରେ କ୍ଷତ ବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, କନ୍ତଲେଇ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ପଲଙ୍କ ଉପଦ୍ରଵ ବଢ଼ିବାରେ ଲାଗିଥିଲା । ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଥିଲା । ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଥିଲେ । କିନ୍ତୁ ଆଜି ଏକ ମାଈ ହାତୀର ମୃତଦେହ ଧାନ ଜମିରେ ପଡ଼ିଥିବାର ସ୍ଥାନୀୟ ଲୋକ ଲେଖି ବନ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ , ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମାଈହାତୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ମାଈହାତୀର ଶରୀରରେ କ୍ଷତ ବିକ୍ଷତ ଥିବା ସନ୍ଦେହ ସୃଷ୍ଟି କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।