ଆଜି ହେଉଛି ବୁଧବାର । ବୁଧବାରଦିନ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କରିବା ଦ୍ୱାରା ପାଠପଢାରେ ମନ ଲାଗିଥାଏ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀତିଥିରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କୁ ଆରାଧନା କରାଯାଏ । ଆଉ କୁହାଯାଏ ଯେ, ଏହି ଦିନରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କଲେ ବିଦ୍ୟା ଓ ବୁଦ୍ଧି ମିଳିଥାଏ । ସେଥିପାଇଁ ସବୁ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜାକୁ ଗୋଟେ ଉତ୍ସବ ଭଳି ପାଳିଥାନ୍ତି । ପ୍ରଭୁ ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତ୍ତା ମଧ୍ୟ କୁହାଯାଇଥାଏ । ସବୁ ପୂଜାର ଆରମ୍ଭରେ ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ । ଗୃହର ମୁଖ୍ୟ ଦ୍ଵାରର ବାମ ପାର୍ଶ୍ଵରେ କଳସ ରଖିଲେ ଗୃହ ଉପରେ ଥିବା କୁପ୍ରଭାବ ନଷ୍ଟ ହୋଇଥାଏ । ଆମେ ଯଦି ଘରୁ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରିଥାଉ ତେବେ କୁହନ୍ତି, ପ୍ରଭୁ ଶ୍ରୀ ଗଣେଶଙ୍କର ନାମ ସ୍ମରଣ କରିଲେ ଆସୁଥିବା ବିପଦ ଖଣ୍ଡନ ହୋଇଯାଇଥାଏ ।
Read More >