ଏଣିକି ସାଇବର ଠକଙ୍କୁ ବୁଦ୍ଧି ଶିଖେଇବେ ଛାତ୍ର ଛାତ୍ରୀ , ଟୁଇନସିଟିରେ ସ୍କୁଲରେ ଖୋଲିଲା ସାଇବର ସିକ୍ୟୁରିଟି କ୍ଲବ ଭୁବନେଶ୍ୱର/କଟକ : 06/12/2022 Share story: ଏଣିକି ସାଇବର ଠକଙ୍କୁ ବୁଦ୍ଧି ଶିଖେଇବେ ସ୍କୁଲ ଛାତ୍ରଛାତ୍ରୀ । ସେଥିପାଇଁ ଟୁଇନସିଟିର ବିଭିନ୍ନ ସ୍କୁଲରେ ଖୋଲିଲା ସାଇବର ସିକ୍ୟୁରିଟି କ୍ଲବ । ଆରମ୍ଭ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ । ସାଇବର ଜାଲିଆତିରୁ ନିଜକୁ କିପରି ରକ୍ଷା କରିବେ ଓ ସାଇବର ଠକଙ୍କୁ କିପରି ଉଚିତ ଶିକ୍ଷା ଦେବେ ସେନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏଥିରେ ପିଲାଙ୍କ ସହ ସ୍କୁଲ କର୍ମକର୍ତ୍ତାଙ୍କୁ କରାଯାଇଛି ସଚେତନ । ଏହି ନୂଆ ଅଭିଯାନ ଦ୍ବାରା କମିଶନରେଟ ପୋଲିସ ଲିଙ୍କରେ ରହିବ ଏକ ହ୍ବାଟ୍ସଆପ ଗ୍ରୁପ୍ । କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଟିମ୍ ଗଠନ ହେବ ଏବଂ ପ୍ରତ୍ୟକ ସ୍କୁଲରେ ସାଇବର ଅପରାଧ ସହିତ ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ପ୍ରବଣତା, ବାଲ୍ୟ ବିବାହ ଉପରେ ମଧ୍ୟ ପିଲାଙ୍କୁ ସଚେତନ କରାଯିବ । କିଛିଦିନ ତଳେ ସାଇବର ପାଠ୍ୟକ୍ରମକୁ କଲେଜ ଓ ସ୍କୁଲ ସ୍ତରରେ ଲାଗୁ କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି ସରକାର । ଯାହା ଅତିଶୀଘ୍ର ପାଠ୍ୟପୁସ୍ତକରେ ପ୍ରକାଶ ପାଇବା | ସେଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି | Cyber Fraud Cyber Security Club Police Commissioner Khabar Odisha ଖବର ଓଡ଼ିଶା, Reporter, 06/12/2022