ଭିଜିଲାନ୍ସ ଜାଲରେ କୋପରେଟିଭ ଜୋନାଲ ମ୍ୟାନେଜର
Khabar Odisha:Crime-Odisha-Zonal-manager-of-Balasore-Bhadrak-Cooperative-Bank-Ajit-Hota-in-Vigilance-net
ଭଦ୍ରକ, ଫେବୃଆରୀ ୧୨(ଖବର ଓଡ଼ିଶା):

 ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ବ୍ୟାଙ୍କ ଜୋନାଲ ମ୍ୟାନେଜର । ଭଦ୍ରକ- ବାଲେଶ୍ୱର କୋପରେଟିଭ ବ୍ୟାଙ୍କ ଜୋନାଲ ମ୍ୟାନେଜର ଅଜିତ ହୋତାଙ୍କ ଘରେ  ଭିଜିଲାନ୍ସ ରେଡ଼ କରିଛି ।

ଆୟ ବର୍ହିର୍ଭତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଆଜି ଭଦ୍ରକ- ବାଲେଶ୍ୱର କୋପରେଟିଭ ବ୍ୟାଙ୍କ ଜୋନାଲ ମ୍ୟାନେଜର ଅଜିତ ହୋତାଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ଅଜିତଙ୍କ ପୈତୃକ ଘର ,ଅଫିସ ସମେତ ଚାରୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭଦ୍ରକସ୍ଥିତ ନଳାଙ୍ଗ ବାସଭବନରେ ଭିଜିଲାନ୍ସ ରେଡ଼ରେ ନଗଦ ଦୁଇ ଲକ୍ଷ ଟଙ୍କା ମିଳିଛି । ଆସନ୍ତା ୨୨ ତାରିଖରେ ଅଜିତଙ୍କ ପୁଅର ବିବାହ ଥିବା ଜଣାପଡ଼ିଛି । ଅନ୍ୟ ଜାଗାରେ ରେଡ଼ ବର୍ତ୍ତମାନ ଚାଲିଛି ।

Subscribe

National International State Sports Entertainment