ଭୁବନେଶ୍ୱର ,ଜାନୁଆରୀ ୧(ଖବର ଓଡ଼ିଶା):
ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଇଁ କୌଣସି କର୍ମଚାରୀ ଏକାଠି ହେବା ନେଇ ମନା କରାଯାଇଛି । କୌଣସି ଅଧିକାରୀଙ୍କୁ ନୂଆ ବର୍ଷ ପାଇଁ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇବା ପାଇଁ ବାରଣ କରାଯାଇଛି ।
ସମସ୍ତ କର୍ମଚାରୀଙ୍କୁ ଅନଲାଇନ ଶୁଭେଚ୍ଛା ଜଣାଇପାରିବେ । ଅମାନିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁଚନା ଅନୁସାରେ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିକା ପଡ଼ିଯାଇଛି ।
କେଉଁଠି ବି ଧୁମଧାମରେ ଏହାକୁ ପାଳନ କରାଯାଉ ନାହିଁ । କରୋନା କଟକଣା ଏକ ପ୍ରକାର ଏହାକୁ ଛଡ଼େଇ ନେଇଯାଇଛି କହିବା ଭୁଲ ହେବ ନାହିଁ ।ଗତ ୨୪ ଘଣ୍ଟା ମଧ୍ୟରେ ୨୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୫୧୩୨ ଜଣକୁ ବୃଦ୍ଧି ପାଇଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।