କଟକରୁ ହନିଟ୍ରାପ୍ ର୍ୟାକେଟରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ କଟକ, ଜାନୁଆରୀ ୧୯ (ଖବର ଓଡ଼ିଶା): Share story: କଟକରୁ ହନିଟ୍ରାପ୍ ର୍ୟାକେଟରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ କଲେଜର ଚତୁର୍ଥ ଶ୍ରେଣୀର କର୍ମଚାରୀ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨୫,୦୦୦ ଟଙ୍କା ନଗଦ ଟଙ୍କା, ତିନୋଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଏଟିଏମ୍ କାର୍ଡ ଜବତ କରିଛି। ତେବେ ଏହି ରାକେଟରେ ଜଣେ ମହିଳା ସମ୍ପୃକ୍ତ ଥିବା ଜଣାପଡିଛି। ଖବର ମୁତାବକ ଟଙ୍କା ପାଇଁ ବ୍ଲାକମେଲ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଲବାଗ ପୋଲିସ ଉକ୍ତ ଅଞ୍ଚଳରେ ଚଢାଉ କରି ଏକ କଲେଜର ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ଯୁବକଙ୍କ ସହିତ ସାମାଜିକ ଗଣାମାଧ୍ୟମରେ ଚଟ୍ କରିବା ପରେ ମହିଳାଙ୍କ ସାହାଯ୍ୟରେ ତାଙ୍କୁ ଏକ ସ୍ଥାନକୁ ଡକାଇ ଜବରଦସ୍ତ ତାଙ୍କର ଏଟିଏମ୍ କାର୍ଡ ଛଡାଇ ନେଇଥିଲେ ଏବଂ ତାଙ୍କୁ ମାଡ ମାରି ପିନ ନମ୍ବର ମଧ୍ୟ ମାଗି ନେଇଥିଲେ । ସେମାନେ ତାଙ୍କ ଆକାଉଣ୍ଟରୁ କିଛି ଟଙ୍କା ମଧ୍ୟ ନେଇଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଖବର ଓଡ଼ିଶା, Reporter, 19/01/2022