କ୍ରାଇମ ରୋକିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍, ୯ ମୋବାଇଲ ଲୁଟେରା ଗିରଫ ଭୁବନେଶ୍ୱର, ମେ ୧୫(ଖବର ଓଡିଶା): Share story: ଭୁବନେଶ୍ୱର ଷ୍ଟ୍ରିଚ କ୍ରାଇମ ରୋକିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ । ସ୍ପେଶାଲ ଡ୍ରାଇଭରେ ୯ ଜଣ ମୋବାଇଲ ଲୁଟେରା ଓ ପକେଟମାରୁଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୩୬ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି । ୮ଟି ଥାନାରେ ଅନେକ ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ମୋବାଇଲ ଝାମ୍ପି ଏହି ଲୁଟେରାମାନେ ଫେରାର ହେଇଯାଉଥିଲେ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ମୋବାଇଲ ଛଡା ଗ୍ୟାଙ୍ଗ ଦୀର୍ଘ ଦିନ ହେବ କମିଶନରେଟ ପୋଲିସ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ରାସ୍ତାଘାଟରେ ଯାଉଥିବା ବ୍ୟକ୍ତିଙ୍କ ଠାରୁ ମୋବାଇଲ ଝାମ୍ପି ନେଉଥିଲେ । ତେବେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଖବର ଓଡ଼ିଶା, Reporter, 15/05/2022