ଆସିଲା ଭୁବନେଶ୍ୱରର କ୍ଲବ ସଭାପତି ନିର୍ବାଚନ ଫଳାଫଳ, ଲଗାତାର ଦ୍ୱିତୀୟ ଥର ସଭାପତି ନିର୍ବାଚିତ ହେଲେ ଅସିତ ତ୍ରିପାଠୀ ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୁଣି ଥରେ ଭୁବନେଶ୍ୱର କ୍ଳବ ସଭାପତି ନିର୍ବାଚିତ ହୋଇଛନ୍ତି। ଲଗାତାର ଦ୍ଵିତୀୟ ଥର ଭାବରେ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ୮୧.୫ ପ୍ରତିଶତ ଭୋଟ ପାଇଛନ୍ତି। ସେହିପରି ତାଙ୍କ ସହ ତାଙ୍କ ପ୍ୟାନେଲ୍ ମଧ୍ୟ ବିଜୟୀ ହୋଇଛି । ଏହାସହିତ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ବିଜୟୀ ହେବାପରେ ଅସିତ ତ୍ରିପାଠୀ କହିଛନ୍ତି ଗତ ବର୍ଷକ ଭିତରେ କ୍ଳବର ଉନୟନ କାମ ପାଇଁ ଆମ ଟିମ୍ କୁ ଭୋଟ ମିଳିଛି । ଖବର ଓଡ଼ିଶା, Reporter, 25/09/2022