କଟକ : ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଉପର ପଡିଆରେ ମଧ୍ଯ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ରାୟ ପରେ ସ୍ପଷ୍ଟ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ। ଉପର ପଡ଼ିଆରେ ଐତିହ୍ୟ ସଂପର୍କିତ ଷ୍ଟଲ୍ ଖୋଲାଯିବ। ଉପର ପଡ଼ିଆରେ ଷ୍ଟଲ୍ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଦୋକାନୀଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନା ଅନୁଯାୟୀ ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ ଏନେଇ ଦେଲେ ଅନୁମତି।ହାଇକୋର୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସତ୍ୟପାଠ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଲକ୍ଷାଧିକ ଜନ ସମାଗମ ହେବାର ଆଶା କରାଯାଇଛି । ଏ ବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ସମାଗମ ଆକଳନ କରାଯାଉଛି । ବାଲିଯାତ୍ରା ପ୍ରତି ନିଆରା ଆକର୍ଷଣ ଯୋଗୁଁ ପ୍ରତିଦିନ ସଂଧ୍ୟାରେ ପ୍ରାୟ ୭-୮ ଲକ୍ଷ ଜନସମାଗମର ସମ୍ଭାବନା ରହିଛି । ଏଥି ସହିତ ପୂର୍ବ ଆଲୋଚନା ମୁତାବକ ପୋଲିସ ପ୍ରଶାସନ ସହ ଜରୁରୀ କାର୍ଯ୍ୟ ରହୁଥିବା ବିଭିନ୍ନ ବିଭାଗଙ୍କୁ ନେଇ ସମନ୍ୱିତ କଣ୍ଟ୍ରୋଲ ରୁମ ସ୍ଥାପନ କରାଯିବ । ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରକ୍ଷିତ ଓ ଶୃଙ୍ଖଳିତ ବାଲିଯାତ୍ରା ଅନୁଷ୍ଠିତ ହେବା ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ।