ପୁରୀ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଆକ୍ସନ ମୁଡ ରେ ପୋଲିସ୍।ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ୮ ଜଣଙ୍କୁ ଥାନାକୁ ନେଇ ପୁଣି ପଚରାଉଚରା କରିଛି ପୋଲିସ୍। ଘଟଣାରେ ସନ୍ଦେହ ଘେରରେ ପୀଡିତାଙ୍କ ପିଉସୀ ଥିବାରୁ ତାଙ୍କୁ ଉଠାଇ ନେଇଛି ବଳଙ୍ଗା ପୋଲିସ। ପିଉସୀଙ୍କୁ ପଚରା ଉଚରା ହେବା ହେବ । ପୂର୍ବରୁ ସାଙ୍ଗକୁ ବି ଥାନାରେ ନେଇ ଜେରା କରିଥିଲା । ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛି। ତେବେ ଏଯାଏଁ ପୋଲିସ କାହାକୁ ଧରି ପାରି ନଥିବାରୁ ଉତ୍ତେଜନା ସ୍ଥିତି ଜାରି ରହିଛି।
ସୂଚନା ଅନୁସାରେ,ଗତକାଲି ଶନିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ସାଇକେଲରେ ନିଜ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକା ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଇତିମଧ୍ୟରେ ଦିଲ୍ଲୀଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ନିଆଯାଇ ଦିଲ୍ଲୀ ଏମ୍ସକୁ ପୀଡିତା ସ୍ଥାନାନ୍ତରିତ ହୋଇଛନ୍ତି। ପୀଡି଼ତା ଜଣକ ଯୁକ୍ତ ଦୁଇର ଯାତ୍ରୀ ହୋଇଥିବା ଜଣାପଡିଛି।
ସେପଟେ, ଏହି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ସେ ପ୍ରତିକ୍ରିୟା ରଖୁଛନ୍ତି। ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ପୀଡିତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।