ଆଠଗଡ଼: ବାବା ଧବଳେଶ୍ବରଙ୍କ ପୀଠରେ ପଞ୍ଚୁକର ଆଜି ଦ୍ୱିତୀୟ ଦିନ।ଚନ୍ଦ୍ରଚୂଡ଼ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ଦ୍ୱାର ଫିଟା ନୀତି ପରେ ସର୍ବସାଧାରଣଙ୍କୁ ଦର୍ଶନ ସୁବିଧା କରାଯାଇଛି।ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ସେହିପରି ଧବଳେଶ୍ବର ପୀଠରେ ପଞ୍ଚୁକ ଏବଂ ବଡ଼ଓଷା ପାଇଁ ମଧ୍ଯ ପ୍ରସ୍ତୁତି ହୋଇଛି । ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ରହିଛି । ପୋଲିସର ମକଡ୍ରିଲ୍ ପରେ କଟକ ଗ୍ରାମାଞ୍ଚଳ ଏସ୍ପି ସୂଚନା ଦେଇଛନ୍ତି । ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ' । ୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ହେବ ପାର୍କିଂ' । NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି' । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି । ୨ ଅତିରିକ୍ତ SP, ୮ ଜଣ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ରହିଛନ୍ତି। ୩୨ଟି ସ୍ଥାନରେ ସିସିଟିଭି ଲଗାଯିବା ସହ ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିଛନ୍ତି ।