ନବଜାତ ଶିଶୁକୁ ବିକ୍ରି କରିବାକୁ ଚାଲିଥିଲା ଉଦ୍ୟମ । ଶିଶୁଟିକୁ ବିକ୍ରି କରିବାପାଇଁ ଅଢେଇ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ ହେଲେ ଠିକ ସମୟରେ ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ ।
ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ ବିକ୍ରିପାଇଁ ମୂଲଚାଲ ଚାଲିଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଖବର ପାଇଥିଲା । ଏହା ଜାଣିବା ପରେ ଡିସିପିଓ ଓ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ ଙ୍କ ନେତୃତ୍ୱରେ ଏକ ଟିମ ମହିଳାଙ୍କ ଉପରେ ନଜର ରଖିଥିଲେ । ତେବେ ମହିଳା ଜଣକ ସୁସ୍ଥ ହୋଇ ଚିକିତ୍ସାଳୟରୁ ଫେରି ନିଜ ସାତ ଦିନର ଶିଶୁପୁତ୍ରକୁ ବିକ୍ରି କରୁଥିବା ବେଳେ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ଘଟଣାର ତଦନ୍ତ କରିବାରୁ ଜଣାପଡ଼ିଥିଲା ଯେ ଟିଟିଲାଗଡ ଆଦିବାସୀ ପଡ଼ାର ଜନୈକା ବିଧବା ମହିଳା ଶିଶୁପୁତ୍ରକୁ ଜନ୍ମ କରିବା ପରେ ଅଢେଇ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଡ଼ିଲ କରିଥିଲେ ।.