ମଙ୍ଗଳରେ ସଫଳାତାର ସହ ମହାକାଶଯାନ ଅବତରଣ କଲା ଚାଇନା, ଆମେରିକା ପରେ ଦ୍ୱିତ୍ୱୀୟ ଦେଶ ଭାବରେ ହାସଲ କଲା ଏହି ସଫଳତା
Khabar Odisha:An-uncrewed-Chinese-spacecraft-successfully-landed-on-the-surface-of-Mars-on-Saturday

ନୁଆଦିଲ୍ଲୀ, ମେ୧୫(ଖବର ଓଡିଶା); ଅଜି ସଫଳାତାର ସହ ମଙ୍ଗଳରେ ଏହାର ପ୍ରଥମ ମାନବବିହୀନ ମହାକାଶଯାନ ଅବତରଣ କରିଛି ଚାଇନା । ଆଜି ଏହି ସୁଚନା ଦେଇଛି ଚାଇନାର ସରକାରୀ ନ୍ୟୁଜ୍ ଏଜେନ୍ସି ସିନ୍‌ହୁଆ । ତେବେ ଯୁକ୍ତରାଷ୍ଟ୍ର ଆମେରିକା ପରେ ଚାଇନା ଦ୍ୱିତ୍ୱୀୟ ଦେଶ ଭାବରେ ଏହି ସଫଳତା ହାସଲ କରିଛି । 

ଚାଇନାର ଏହି ଟାୟାନୱେନ୍-୧ ମହାକାଶଯାନ ମଙ୍ଗଳର ଉତୋପିଆ ପ୍ଲାନିଟିଆ ନାମକ ଏକ ବିଶାଳ ସମତଳ ଭୂମିରେ ଅବତରଣ କରିଛି ବୋଲି ସିନ୍‌ହୁଆ କହିଛି । ଏହି ସଫଳତା ପରେ ଚାଇନାର ରାଷ୍ଟ୍ରପତି ଏହି ମିଶନରେ ସାମିଲ ଥିବା ସମସ୍ତ ଅଧିକାରିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ସେ ଏହି ସଫଳତା ପରେ ତାଙ୍କର ବୈଜ୍ଞାନିକ ମାନଙ୍କୁ ଏହି ଚ୍ୟାଲେଞ୍ଜପୁର୍ଣ୍ଣ ପଥକୁ ବିରତ୍ୱର ସହିତ ପାର କରି ନିଜର ଦେଶ ପାଇଁ ସଫଳତା ଅଣି ଦେଇଛନ୍ତି ଏବଂ ଏହା ଦେଶର ନାଗରିକ ମାନଙ୍କ ପଇଁ ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି । 

ତେବେ ଏହି ମହାକାଶ ଯାନଟି ଅବତରଣ କରିବା ପାଇଁ ୯ ମିନିଟ ସମୟ ଲାଗି ଥିଲା ବେଳେ ଏହାର ରୋଭର ୧୭ ମିନିଟ ପରେ ଏହାର ସୋଲାର ପ୍ୟନେଲ୍ ଏବଂ ଆଣ୍ଟିନା ଖୋଲି ୩୨୦ ମିଲିଅନ ଦୁରରେ ଥିବା ବୃପୁଷ୍ଠ ନିୟନ୍ତ୍ରଣ ସେଣ୍ଟରକୁ ସିଗନାଲ୍ ଦେଇିଥିଲା । 

ଜୁରୋଙ୍ଗ ନାମକ ରୋଭର ବର୍ତ୍ତମାନ ସେଠାରେ ଅବତରଣ କରିବା ପରେ ଯାଞ୍ଚ କରିବା ପୂର୍ବରୁ ଅବତରଣ ସ୍ଥାନକୁ ସର୍ଭେ କରିବ । ଚାଇନାର ଅଗ୍ନି ଦେବତା ନାମରେ ନାମିତ, ଜୁରୋଙ୍ଗରେ ଏକ ଉଚ୍ଚ-ବିଭେଦନକାରୀ ଟପୋଗ୍ରାଫି କ୍ୟାମେରା ସହିତ ୬ ଟି ବୈଜ୍ଞାନ୍ଖଳ ଯନ୍ତ୍ରାସଂ ମଧ୍ୟ ଅଛି । 

ଏହା ଗ୍ରହର ଭୂପୃଷ୍ଠ ମାଟି ଏବଂ ବାୟୁମଣ୍ଡଳକୁ ଅଧ୍ୟୟନ କରିବ । ଜୁରୋଙ୍ଗ ମଧ୍ୟ ପୁର୍ବରୁ ସେଠାରେ ଜଳ ଏବଂ ବରଫ ସମେତ ପ୍ରାଚୀନ ଜୀବନର ଲକ୍ଷଣ ଖୋଜିବ । 

ଦୁଇ ସହସ୍ର ବର୍ଷ ପୂର୍ବେ ଲେଖାଯାଇଥିବା ଏକ ଚାଇନାର ଏକ କବିତା ତିଆନ୍ୱେନ୍ -୧ ରଅର୍ଥ ହେଉଛି “ସ୍ୱର୍ଗକୁ ପ୍ରଶ୍ନ” ମଙ୍ଗଳ ଗ୍ରହରେ ଚୀନ୍‌ର ପ୍ରଥମ ସ୍ୱାଧୀନ ମିଶନ ଅଟେ। ୨୦୧୧ ରେ ରୂଷ ସହିତ ମିଳିତ ଏକ ମିଳିତ ମଙ୍ଗଳ ଅଭିଯାନ ପୃଥିବୀର କକ୍ଷପଥ ଛାଡିବାରେ ବିଫଳ ହୋଇଥିଲା ।

  • Tags:

Subscribe

National International State Sports Entertainment