ନିଶା ନିବାରଣ କେନ୍ଦ୍ରରେ ପୁଣି ଦାଦାଗିରି । ନିଶା ନିବାରଣ କେନ୍ଦ୍ରରେ କେନ୍ଦ୍ରର କର୍ମଚାରୀ ଭର୍ତ୍ତି ହୋଇଥିବା ଜଣେ ଯୁବକଙ୍କୁ ନିିର୍ଦ୍ଧୁମ ପିଟିଛନ୍ତି ।ନିଶା ନିବାରଣ ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଭର୍ତ୍ତି ହେବାର ୪ ଦିନ ଯାଇନି ନିଶା କେନ୍ଦ୍ରର କର୍ମଚାରୀଙ୍କ ଦାଦାଗିରି ସାମ୍ନାକୁ ଆସିଛି । ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଭୋଟପଡ଼ାରେ ଥିବା ସାଇକୃପା ଡ଼ିଆଡ଼ିକ୍ସନ ନିଶା ନିବାରଣ କେନ୍ଦ୍ରରେ । ଅତ୍ୟଧିକ ମଦ୍ୟପାନ ହେତୁ ଗତ ୨୭ ତାରିଖରେ ଭୋଟପଡ଼ାରେ ଥିବା ସାଇକୃପା ଡ଼ିଆଡ଼ିକ୍ସନ କେନ୍ଦ୍ରରେ ଛାଡ଼ିଥିଲେ ପରିବାର ଲୋକ । | ମାତ୍ର ଭର୍ତ୍ତି ହେବାର 4ଦିନ ହୋଇନି ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ କେନ୍ଦ୍ରର କର୍ମଚାରୀ ମାନେ ମାଡ ମାରିଥିଲେ | ଗୁରୁତର ଯୁବକ ହେଲେ ୧୭ ନମ୍ବର ୱାର୍ଡ଼ ପଥରବନ୍ଧ ବସ୍ତିର ସର୍ବେଶ୍ୱର ବେହେରା । ସର୍ବେଶ୍ୱରଙ୍କୁ ସ୍ଥାନୀୟ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ର ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।