ବହୁ ଦିନର ନୀରବତା ପରେ ପୁଣି ଲାଗିଲା ମାଓ ବ୍ୟାନର, ୨୦ରେ ବନ୍ଦ ଡାକରା ଦେଲେ ମାଓବାଦୀ ପାଟଣାଗଡ, ମେ ୧୫(ଖବର ଓଡିଶା): Share story: ବହୁ ଦିନର ନୀରବତା ପରେ ପୁଣି ଲାଗିଲା ମାଓ ବ୍ୟାନର । ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓ ବ୍ୟାନର ଲାଗିଛି । ତେବେ ବଜାରକୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ଏହି ବ୍ୟାନର ଦେଖିଥିଲେ । ପୋଲିସ ଦମନ ବିରୋଧରେ ମେ ୨୦ ତାରିଖରେ ଓଡିଶା ବନ୍ଦ ସଫଳ କରିବାକୁ ମାଓବାଦୀମାନେ ବ୍ୟାନରରେ ଆହ୍ୱାନ କରିଛନ୍ତି । ସୂଚନା ଅନୁସାରେ, ଗତ ୨ ବର୍ଷ ଭିତରେ ବର୍ବରତା ପୂର୍ବକ ପୋଲିସର ଗୁଳିବର୍ଷଣରେ ୨୦ ଜଣ ମଓବାଦୀଙ୍କୁ ହତ୍ୟା କରାଯାଇଛି । ଏନେଇ ମାଓବାଦୀମାନେ ମେ ୨୦ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ଖବର ଓଡ଼ିଶା, Reporter, 15/05/2022