ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ: ପୁରୀ ସାତଶଙ୍ଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଓ ୨ ଗୁରୁତର ପୁରୀ, ଅଗଷ୍ଟ ୧୧(ଖବର ଓଡିଶା): Share story: ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ । ପୁରୀ ସାତଶଙ୍ଖ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଭୁୁବନେଶ୍ୱରରୁ ପୁରୀ ଯାଉଥିବା ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା କାରଟି ଭାଙ୍ଗିରୁଜି ଯାଇଛି । ଘଟଣାସ୍ଥଲରୁ ଡ୍ରାଇଭର ଚମ୍ପଟ୍ ମାରିଥିବା ଜଣାପଡିଛନ୍ତି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କ୍ୟାପିଟାଲ ହ୍ସପିଟାଲରେ ଭର୍ତ୍ତି କରାଯାଇଛି । ଖବର ଓଡ଼ିଶା, Reporter, 11/08/2022