କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ, ଦୁଇଟି ବଗିରେ ଲାଗିଛି ନିଆଁ
Khabar Odisha:A-train-carrying-coal-caught-fire-and-two-carriages-caught-fire
ସୋର, ମେ 21(ଖେବର ଓଡିଶା):

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନଟି ପାରାଦୀପରୁ ହଳଦିଆ ଅଭିମୁଖେ ଯାଉଥିବା ବେଳେ ଟ୍ରେନ ପଛରୁ ଦୁଇ ଓ ତିନି ନମ୍ବର ବଗିରେ ନିଆଁ ଲାଗିଥିବା ଟ୍ରେନ୍‌ ପଛରେ ଗାର୍ଡ ଦେଖିବାକୁ ପାଇଥିଲେ ।

ଦୁଇଟି ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି ।

ସୋର ରେଲୱେ ଷ୍ଟେସନ୍ ମାଷ୍ଟରଙ୍କୁ ଜଣାଇବା ପରେ ଷ୍ଟେସନ୍ ମାଷ୍ଟର ସୋର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ୨ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି

  • Tags:

Subscribe

National International State Sports Entertainment