ଭୁବନେଶ୍ୱର: ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା | ନର୍ସିଂ କଲେଜରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ମୃତକଙ୍କ ନାଁ ସୌରଭ ଦେ, ବୟସ ୧୯ ବର୍ଷ। ସୌରଭଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ବୋଲି ସୂଚନା ମିଳିଛି । ଭରତପୁର ଥାନା ଅଞ୍ଚଳରେ ଥିବା ନର୍ସିଂ କଲେଜରେ ଏହି ଅଘଟଣ ଘଟିଛି। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର । ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଆରମ୍ଭ କରିଛି ।