ରାୟଗଡ଼ା : ଚଳନ୍ତା ବସରେ ଜନ୍ମ ହେଲା ଶିଶୁ କନ୍ଯା । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ୍ ରେ ଯାଉଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ସୌଭାଗ୍ଯ ବଶତଃ ବସ୍ ରେ ବସିଥିବା ଡଃ ଅରୁଣ ନାୟକ ଓ ଡଃ ସୁନିତା ମଲ୍ଲିକ ଯାତ୍ରା କରୁଥିଲେ। ଘଟଣା କ୍ରମରେ ଏହି ଦୁଇଜଣଙ୍କ ସହାୟତା ରେ ଏହି ପ୍ରସୂତି ପ୍ରକ୍ରିୟା ସୁରକ୍ଷିତ ଭାବେ ବସ୍ ରେ ହୋଇଥିଲା ଏବଂ ଏକ କନ୍ଯା ସନ୍ତାନ ଜନ୍ମ ହୋଇଥିଲା।
ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ରେ ଅନ୍ତସତ୍ଵା ମହିଳା ଜଣକ ପାରଳାଖେମୁଣ୍ଡି ରୁ ନବରଙ୍ଗପୁର ଯାଉଥିବା ଜଗନ୍ନାଥ ବସ୍ ରେ ଯାତ୍ରା କରୁଥିଲେ। ଗଜପତି ଜିଲ୍ଲା କାଶୀନଗର ଠାରେ ବସରେ ହିଁ ପ୍ରସୂତି ହୋଇଥିଲା।
ତେବେ ବସ କର୍ମଚାରୀ ଅତି ସତର୍କତାର ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଇ ଥିଲେ। ଏବେ ଉଭୟ ମା ଏବଂ ଛୁଆ ସୁସ୍ଥଥିବା ମେଡ଼ିକାଲ କତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପ୍ରସୂତିଙ୍କ ନିକଟରେ ତାଙ୍କର କୌଣସି ପରିଚିତ ଲୋକ ନଥିବା ବେଳେ ପ୍ରସୂତି ଜଣକ କିଏ ସେନେଇ କିଛି ସୂଚନା ମିଳିପାରି ନାହିଁ । ବସ୍ କର୍ମଚାରୀ ମାନଙ୍କ ଏତାଦୃଶ ସାହାଯ୍ଯ ସହଯୋଗ କୁ ସାଧାରଣରେ ସାଧୁବାଦ କରିଛନ୍ତି ।