ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ୬୯୮ ସଂକ୍ରମିତ
Khabar Odisha:698-corona-positive-identified-in-bhubneswar-within-last-24-hour

ଭୁବନେଶ୍ୱର ,୨୩ଏପ୍ରିଲ(ଖବର ଓଡିଶା);ରାଜଧାନୀରେ ଥମିବାର ନାଁ ନେଉ ନାହିଁ କରୋନା ହୁ ହୁ ହୋଇ ବଢି ଚାଲିଛି ଆକ୍ରନ୍ତଙ୍କ ସଂଖ୍ୟା । ସମଗ୍ର ରାଜ୍ୟରେ କରୋନାର ଦ୍ୱିତ୍ୱୀୟ ଲହର ସଂକ୍ରମଣ ଦୃତଗତିରେ ମାଡି ଚାଲିଥିଲା ବେଳେ ଆଜି ରାଜଧାନୀରେ ଗତ ୨୪ଗଣ୍ଟା ମଧ୍ୟରେ ୬୯୮ଜଣ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବ ସବୁଠୁ ଚିନ୍ତାର ବିଷୟ ହେଉଛି ଯେ କ୍ୱାରେଣ୍ଟାଇନରୁ ମାତ୍ର ୧୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଥୀଲା ବେଳେ ସ୍ଥାନିୟ ଅଚଂଳରୁ ବାକି ୫୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଏହି ସଂକ୍ରମିତଙ୍କୁ ଲଗାଇ ରାଜଧାନୀର ମୋଟ ସଂକ୍ରମିତ ସଂଖ୍ୟା ୩୮୪୯୭ରେ ପହଁଚିଥିଲା ବେଳେ ଚିକିତ୍ସିତ ଅବସ୍ଥାରେ ୪୪୧୭ ଜଣ ଅଛନ୍ତି । ସେହିପରି ଆଜି ୩୧୬ ଜଣ ସୁସ୍ଥ ହେବା ସହିତ ମୋଟ ସୁସ୍ଥ ସଂଖ୍ୟା ୩୩୪୮୭ରେ ପହଁଚିଛି ଏବଂ ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୨୫୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ନୟାପଲ୍ଲୀରୁ ୪୩, ଓଲ୍ଡଟାଉନରୁ ୩୨, ପଟିଆରୁ ୨୯, ରସୁଲଗଡରୁ ୧୫, ୟୁନିଟ-୬ ରୁ ୧୪, ପାତ୍ରପଡାରୁ ୯, ସତ୍ୟନଗରରୁ ୧୦, ପଲାଶୁଣିରୁ ୮, ସହିଦ ନଗରରୁ ୭, ୟୁନିଟ-୮ ରୁ ୧୧, ସୁନ୍ଦରପଡାରୁ ୧୨, ଶୈଳଶ୍ରୀ ବିହାରରୁ ୧୦, ୟୁନିଟ-୯ରୁ ୮ , ଟଙ୍କପାଣି ରୋଡରୁ ୧୦ , ବାପୁଜୀ ନଗର ରୁ ୧୧, ବରମୁଣ୍ଡାରୁ ୨୪, ଚନ୍ଦ୍ରଶେଖରପୁର ରୁ ୨୮, ଝାରପଡାରୁ ୧୭, ଖଣ୍ଡଗିରିରୁ ୧୭, ଆଦି ଯାଗାରୁ ୬୯୮ ଜଣ ସଂକ୍ରମିତ ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ।

  • Tags:

Subscribe

National International State Sports Entertainment