ଭୁବନେଶ୍ୱର : ରାଜ୍ୟରେ ୫୧ଟି ଡିଭିଜନରେ ରହିଛି ୫୧ଟି ଇକୋ ଟୁରିଜିମ୍ କ୍ଷେତ୍ର । ହେଲେ ସେଥି ମଧ୍ଯରୁ ମାତ୍ର ୧୦ଟି ଇକୋ ଟୁରିଜିମ୍କୁ ଛାଡ଼ିଦେଲେ ବାକି ସବୁ କ୍ଷତିରେ ଚାଲିଛି। ଆଜି ବିଧାନସଭା ଗୃହରେ ଏନେଇ ତଥ୍ଯ ରଖିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ। ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଅନ୍ବେଷା ଯୋଜନା ବନ୍ଦ କରିବା ଷଡ଼ଯନ୍ତ୍ର ଉପରେ କଂଗ୍ରେସର ମୁଲତବି ପ୍ରସ୍ତାବ ରଖିଛି।