କଟକ: ନଦୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ। ଏହିଭଳି ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ କାଠଯୋଡ଼ିରୁ। ଗାଧେଇବାକୁ ଯାଇଥିବା ବେଳେ ହଠତ୍ ବୁଡିଯାଇଥିଲେ ୨ ନାବାଳକ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ଅପରେସନରେ ସ୍କୁବା ଡାଇଭର ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ସାମିଲ ଅଛନ୍ତି । ନିଖୋଜ ଦୁଇ ନାବାଳକ ହେଲେ ଭଗତପୁର ବଗଲା ଲେନର।
ସୂଚନା ଅନୁସାରେ, ପ୍ରଥମେ ନଦୀ ପଠାରେ ବଲ ଖେଳିଥିଲେ ଉଭୟ ନାବାଳକ। ଏହାପରେ ଗାଧୋଇବା ବେଳେ ଜଣେ ବାଳକ ବୁଡି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ମଧ୍ୟ ବୁଡ଼ିଯାଇଥିଲା।