ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ଫସିଥିବା ଦୁଇ ମାଛଧରା ବୋଟ ଉଦ୍ଧାର ହୋଇଛି । ବୋଟରେ ଥିଲେ ୧୪ ମତ୍ସ୍ୟଜୀବୀ । ଧର୍ମଶାଖା-୨ ଓ ଧର୍ମଶାଖା-୩ ନାମକ ଦୁଇଟି ବୋଟ ମାଛ ଧରି ଫେରୁଥିବା ବେଳେ ଧର୍ମଶାଖା-୨ ଖରାପ ହୋଇଥିଲା ତେବେ ଖରାପ ବୋଟକୁ ଧର୍ମଶାଖା-୩ ଟାଣି ଆଣୁଥିବା ବେଳେ ରଶି ଛିଡି ଫ୍ୟାନରେ ଲାଗିବାରୁ ଦୁଇଟି ଯାକ ବୋଟ ଅଟକି ରହିଥିଲା । କୋଷ୍ଟଗାର୍ଡ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିର ଭାବେ ଉଦ୍ଧାର କରି କୂଳକୁ ଆଣିଛନ୍ତି ।