ଭୁବନେଶ୍ୱର: ବିଜୁଳି ନେଉଛନ୍ତି କିନ୍ତୁ ବିଜୁଳି ବିଲ୍ ପୈଠ କରୁନାହାଁନ୍ତି ଶିଳ୍ପାନୁଷ୍ଠାନ । ରାଜ୍ୟର ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି । ଆଜି ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ରାଜ୍ୟର ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି । ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବାବେଳେ ଯାଜପୁରର ଭିସା ଷ୍ଟିଲ ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି ।
ଯେଉଁଠି ସାଧାରଣ ଜନତା ଟଙ୍କାଟିଏ ବି ବିଲ୍ ହେଲେ ପୈଠ କରିବାକୁ ବାଧ୍ୟ । ସେଠାରେ ଶିଳ୍ପ ସଂସ୍ଥାଗୁଡ଼ିକୁ କୋଟି କୋଟି ଟଙ୍କା ବକେୟା ବିଲ୍ ଛାଡ଼ କରାଯାଉଛି । ବିଗତ ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି । ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବକେୟା ବିଜୁଳି ବିଲ ଛାଡ଼ କରାଯାଇଛି । ସେହିପରି ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟକୁ ୧୦୩ କୋଟି ଛାଡ଼ କରାଯାଇଛି । ଜେଜେ ପେପର ମିଲକୁ ମଧ୍ୟ ୨୬ କୋଟିର ବକେୟା ବିଲ ଛାଡ଼ କରାଯାଇଛି । କେ ଭି ସିଂହଦେଓ ରଖିଥିବା ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ।