ଗର୍ଜିଲା ରୋହିତଙ୍କ ବ୍ୟାଟ୍‌, ପୂରଣ କଲେ ଟେଷ୍ଟ କ୍ୟାରିଅରର ପ୍ରଥମ ଦ୍ୱିଶତକ
Khabar Odisha:sports-odisha-india-south-africa-third-test-rohit-sharma-completes-his-double-century
ରାଂଚି, ଅକ୍ଟୋବର ୨୦(ଖବର ଓଡିଶା):

ଭାରତୀୟ ଓପନର ତଥା ହିଟମ୍ୟାନ ରୋହିତ ଶର୍ମା ରାଂଚିରେ ଦକ୍ଷିଣ ଆଫ୍ରିକା ବିରୋଧରେ ଚାଲିଥିବା ତୃତୀୟ ଟେଷ୍ଟରେ ଆକର୍ଷଣୀୟ ଦ୍ୱିଶତକ ପୂରଣ କରିଛନ୍ତି । ସେ ୨୪ ବଲରୁ ୨୮ଟି ଚୌକା ଓ ଟି ଛକା ଲଗାଇ ଏହି କୀର୍ତି ଅର୍ଜନ କରିଛନ୍ତି । ସେ ଛକା ମାରି ନିଜ ଅନ୍ଦାଜରେ ଦ୍ୱିଶତକ ପୂରଣ କରିଛନ୍ତି ା ଏହା ହେଉଛି ତାଙ୍କ କ୍ୟାରିଅରର ପ୍ରଥମ ଦ୍ୱିଶତକ ା ତେବେ ସେ ଦ୍ୱିଶତକ କରିବା ପରେ ୨୫ ବଲରୁ ବ୍ୟକ୍ତିଗତ  ରନ କରି ଆଉଟ ହାଇଯାଇଛନ୍ତି ା 

ଆଜି ସକାଳେ ଭାରତ ୨୨୪ ରନରୁ ଖେଳ ଆରମ୍ଭ କରିଥିଲା । ଉଭୟ ରୋହିତ ଓ ରାହାଣେ ସତର୍କତାର ସହ ଖେଳିଥିଲେ । ଉଭୟ ଦଳକୁ ମଜବୁତ ସ୍ଥିତିରେ ରଖିବା ସହ ରୋହିତ ୧୫୦ ରନ ଓ ରାହଣେ ୧୦୦ ଲଗାଇଥିଲେ । ଏହାପରେ ଏହି ଦୁଇ ବ୍ୟାଟସମ୍ୟାନ ଆଫ୍ରିକା ବୋଲରଙ୍କୁ ପ୍ରହାର କରିଥିଲେ । ଆଜି ୨୦୦ ରନର ପାର୍ଟନରସିପ୍ ପୂରଣ କରିବା ପରେ ଉଭୟେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । କିନ୍ତୁ ରାହାଣେ ୧୧୫ ରନ କରି ଆଉଟ ହୋଇଯାଇଥିଲେ ।

ଗତକାଲିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହାଇଥିଲା । ଦଳ ସଅଳ ତିନୋଟି ୱିକେଟ୍ ହରାଇଥିଲା । ତେବେ ରୋହିତ ଓ ରାହାଣେ ସତର୍କତାର ସହ ବ୍ୟାଟିଂ କରିଥିଲେ ।  ରୋହିତ ଟେଷ୍ଟ କ୍ୟାରିୟରରେ ଷଷ୍ଠ ଏବଂ ଚଳିତ ଶୃଙ୍ଖଳାରେ ତୃତୀୟ ଶତକ ହାସଲ କରିଥିଲେ। ରୋହିତ ପ୍ରଥମେ ୫୫ ବଲରୁ ୨୩ ରନ କରିଥିଲେ। ମାତ୍ର ପରବର୍ତ୍ତୀ ୭୫ ରନ ସେ ୭୮ ବଲରୁ କରିଥିଲେ। ସେ ଛକା ମାରି ନିଜର ଶତକ ପୂରଣ କରିଥିଲେ। ଅନ୍ୟପଟେ ରୋହିତଙ୍କୁ ଉପଯୁକ୍ତ ସହାୟତା ଦେଇଥିବା ଆଜିଙ୍କ୍ୟ ରାହାଣେ ୭୦ ବଲରୁ ୨୧ତମ ଅର୍ଦ୍ଧଶତକ ହାସଲ  କରିଥିଲେ। ଆଜି ସକାଳେ ରାହାଣେ ଶତକ ପୂରଣ କରିଥିଲେ । ଏହାସହ ରୋହିତ ମଧ୍ୟ ଖେଳ ଆରମ୍ଭର କିଛି ମିନିଟ୍ ମଧ୍ୟରେ ୧୫୦ ରନ ଅତିକ୍ରମ କରିଥିଲେ ।

ପ୍ରଥମ ଦିନର ପ୍ରଥମ ସେସନକୁ ବାଦ୍ ଦେଲେ ପୂରା ଦିନ ଭାରତୀୟ ବ୍ୟାଟସମ୍ୟାନ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରି ପଡ଼ିଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ଭାବେ କାଗିସୋ ରାବଡ଼ା ୫୪ ରନ ଦେଇ ୨ ଓ ଅନରିଚ୍ ନର୍ତ୍ତେଜ ୧ ଓ୍ଵିକେଟ୍ ନେଇଛନ୍ତି।

  • Tags:

Subscribe

National International State Sports Entertainment