କ୍ରିକେଟର ହେଲେ ମାଲାମାଲ, ଏବେ ଦୁଇ ଗୁଣ ବଢିଲା ଦୈନିକ ଭତ୍ତା
Khabar Odisha:sports--cricket--odisha-indian-cricketers-daily-allowance-for-away-tours-doubles-by-bcci
ମୁମ୍ବାଇ, ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ବିଦେଶୀ ଗସ୍ତରେ ଭାରତୀୟ କ୍ରିକେଟରକୁ ମିଳୁଥିବା ଦୈନିକ ଭତ୍ତା ବୃଦ୍ଧି କରିବାକୁ ବିସିସିଆଇ ନିଷ୍ପତି ନେଇଛି। ପ୍ରଶାସକ ସମିତି (ସିଓଏ) ଖେଳାଳିଙ୍କୁ ବିଦେଶୀ ଗସ୍ତରେ ମିଳୁଥିବା ଦୈନିକ ଭତ୍ତାକୁ ଦୁଇ ଗୁଣ କରିବାକୁ ନିଷ୍ପତି ନେଇଛି। ଏହା ସହିତ ଖେଳାଳିଙ୍କୁ ଭାରତରେ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳାରେ ମିଳୁଥିବା ଭତ୍ତାରେ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି।

ଦିଲ୍ଲୀରେ ସିଇଓଙ୍କ ହୋଇଥିବା ବୈଠକରେ ଘରୋଇ ଶୃଙ୍ଖଳାରେ ମିଳୁଥିବା ଭତ୍ତା ନେଇ ଏହି ନିଷ୍ପତି ନିଆଯାଇଛି। ପୂର୍ବେ ଭାରତୀୟ ଖେଳାଳିଙ୍କୁ ପ୍ରତିଦିନ ୧୦୦ ଡଲାର ମୂଲ୍ୟ ବରାବର ଭାରତୀୟ ଟଙ୍କାରେ ପାରିଶ୍ରମିକ ଦିଆଯାଉଥିଲା। ଆମେରିକା ଡଲାରର ମୂଲ୍ୟରେ ପ୍ରତିଦିନ ହେଉଥିବା ହ୍ରାସ-ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ଖେଳାଳିଙ୍କୁ ପ୍ରତିଦିନ ୭୫୦୦ ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି। ଏଥିରେ ଡଲାର ତୂଳନାରେ ଟଙ୍କାର ମୂଲ୍ୟରେ ହେବାକୁ ଥିବା ପରିବର୍ତ୍ତନରେ କୌଣସି ପ୍ରଭାବ ପଡ଼ିବ ନାହିଁ। 

ଏବେ ସୁଦ୍ଧା ବିଦେଶୀ ଗସ୍ତରେ ପ୍ରତିଦିନ ଖେଳାଳିଙ୍କୁ ୧୨୫ ଡଲାର  ମିଳୁଥିଲା। ଏବେ ନିଷ୍ପତି ଅନୁଯାୟୀ ଖେଳାଳିଙ୍କୁ ୨୫୦ ଡଲାର ଦିଆଯିବ। ଏହି ଖର୍ଚ୍ଚ ବିଜନେସ୍ କ୍ଲାସରେ ଯାତ୍ରା, ରହଣୀ ଓ ଲଣ୍ଡ୍ରିଂ ଉପରେ ହେଉଥିବା ଖର୍ଚ୍ଚଠୁ ଅଲଗା ରହିବ। 

ଏହା ସହିତ ସିଓଏ ଚୟନକର୍ତ୍ତାଙ୍କ ପ୍ରତିଦିନ ଭତ୍ତାରେ ମଧ୍ୟ ବୃଦ୍ଧି କରିଛନ୍ତି। ସେମାନଙ୍କର ପ୍ରତିଦିନ ଭତ୍ତା ପୂର୍ବେ ୩୫୦୦ ଟଙ୍କା ଥିଲା। ଏବେ ଏହାକୁ ବଢାଯାଇ ୭୫୦୦ ଟଙ୍କା କରାଯାଇଛି। ଚୟନକର୍ତ୍ତାଙ୍କୁ ବିଦେଶଗସ୍ତରେ ପୂର୍ବରୁ ହିଁ ୨୫୦ ଡଲାର ଦିଆଯାଉଥିଲା। ଏହି ଅନୁପାତରେ ମହିଳା କ୍ରିକେଟରଙ୍କ ଭତ୍ତାରେ ବି ବୃଦ୍ଧି କରାଯାଇଛି। 

ଏହି ଦଶନ୍ଧିର ଆରମ୍ଭରୁ ଏ ପର୍ୟ୍ୟ ନ୍ତ ଭାରତୀୟ ଖେଳାଳିଙ୍କ ଦୈନିକ ଭତ୍ତା ୧୦୦୦ ଗୁଣ ବୃଦ୍ଧି ହୋଇ ସାରିଛି। ମାତ୍ର ଏହାର ଆନୁଷ୍ଠାନିକ ଘୋଷଣା ଏବେ ହୋଇ ନାହିଁ। ମାତ୍ର ସମ୍ଭବତଃ ବିନୋଦ ରାୟଙ୍କ କମିଟି ବିରାଟ ବାହିନୀଙ୍କୁ ମୌଖିକ ରୂପେ ଏହାର ସୂଚନା ଦେଇ ସାରିଛନ୍ତି।

Subscribe

National International State Sports Entertainment