ଦ୍ଵିତୀୟ ଟି-୨୦ରେ ରୋହିତ କରି ପାରନ୍ତି ଅନେକ ପରିବର୍ତ୍ତନ, ଏମିତି ହୋଇପାରେ ଚୂଡ଼ାନ୍ତ ଏକାଦଶ
Khabar Odisha:sports--cricket--odisha-indian-cricket-team-probable-playing-xi-against-bangladesh-in-2nd-t20-at-rajkot
ରାଜକୋଟ୍, ନଭେମ୍ଵର୦୬(ଖବର ଓଡ଼ିଶା):

ପ୍ରଥମ ଟି-୨୦ରେ ହାରିବା ପରେ ରୋହିତଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦ୍ଵିତୀୟ ଟି-୨୦ ଜିତି ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ବାଂଲାଦେଶ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଦ୍ଵିତୀୟ ଟି-୨୦ ଘରୋଇ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି।  ବାଂଲାଦେଶ ଦିଲ୍ଲୀରେ ଖେଳାଯାଇଥିବା ଟି-୨୦ ମୁକାବିଲାକୁ ୭ ଓ୍ଵିକେଟରେ ଜିତି ଶୃଙ୍ଖଳାରେ ଦମଦାର ଆରମ୍ଭ କରିଛି। ଭାରତୀୟ ଦଳ ପ୍ରଥମ ମ୍ୟାଚରେ ମଧ୍ୟ ଅନେକ ଭୁଲ କରିଥିଲା, ଯାହାକୁ ଦଳ ପୁନରାବୃତ୍ତି କରିବାକୁ ଚାହିଁବ ନାହିଁ। 

ଦିଲ୍ଲୀ ତୂଳନାରେ ରାଜକୋଟର ପିଚ  ଓ ପଡ଼ିଆ ବ୍ୟାଟସମ୍ୟାନ ଅନୁକୂଳ ଅଟେ ଏବଂ ଏଠାରେ ରନ ବର୍ଷା ଦେଖିବାକୁ ମିଳିଥାଏ। ତେଣୁ ଭାରତୀୟ ଦଳରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। 

ଓପନର ଭାବେ ଦଳର ଅଧିନାୟକ ଓ ଅନୁଭବୀ ଶିଖର ଧାଓ୍ଵନ ଦାୟିତ୍ଵ ସମ୍ଭାଳିବେ। ମାତ୍ର ପ୍ରଥମ ଟି-୨୦ରେ ମଧ୍ୟକ୍ରମ ବିଶେଷ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ତେଣୁ ମଧ୍ୟ କ୍ରମରେ କିଛି ପରିବର୍ତ୍ତନ ହୋଇପାରେ। କେଏଲ ରାହୁଲଙ୍କ ସ୍ଥାନରେ ସଞ୍ଜୁ ସାମସନ୍ସ କିମ୍ବା ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ। ଶ୍ରେୟସ ଆୟରଙ୍କ ସ୍ଥାନ ସୁନିଶ୍ଚିତ ଲାଗୁଛି। 

ଋଷଭ ପନ୍ତ ପ୍ରଥମ ଟି-୨୦ରେ ବ୍ୟାଟସମ୍ୟାନ ସହିତ ଓ୍ଵିକେଟ୍ କିପିଂରେ ମଧ୍ୟ ନିରାଶ କରିଥିଲେ। ମାତ୍ର ରୋହିତ ଓ ଦଳ ପ୍ରବନ୍ଧକ ତାଙ୍କୁ ଆଉ ଏକ ସୁଯୋଗ ଦେବା ସପକ୍ଷରେ ଅଛନ୍ତି। ତେଣୁ ତାଙ୍କ ସ୍ଥାନ ସୁନିଶ୍ଚିତ ଲାଗୁଛି। ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପଦାର୍ପଣ କରିଥିବା ଶିବମ ଦୁବେ ଦୁଇ ଅଙ୍କ ଛୁଇଁ  ପାରିନଥିଲେ। ମାତ୍ର ଦଳ ତାଙ୍କୁ ଆଏ ସୁଯୋଗ ଦେଇ ପାରେ। ତାଙ୍କ ସହିତ କୃଣାଲ ପାଣ୍ଡ୍ୟା ମଧ୍ୟ ନିଜ ସ୍ଥାନ ବଜାୟ ରଖି ପାରନ୍ତି। 

ବୁମରା ଓ ଭୁବନେଶ୍ଵରଙ୍କ ଅନୁପସ୍ଥିତିରେ ଦଳର ଦ୍ରୁତ ବୋଲର ଆକ୍ରମଣ ଦୁର୍ବଳ ଲାଗୁଛି। ଏମିତିରେ ଏଠାରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦୀପକ ଚହରଙ୍କ ସହିତ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇପାରେ। ଅନ୍ୟପଟେ ଅନୁଭବୀ ୟୁଜବେନ୍ଦ୍ର ଚହଲଙ୍କୁ କେବଳ ରନ ଉପରେ ଅଙ୍କୁଶ ଲଗାଇଲେ ହେବ ନାହିଁ ଓ୍ଵିକେଟ୍ ନେବାକୁ ମଧ୍ୟ ପଡ଼ିବ। 

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, କୃଣାଲ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର।

Subscribe

National International State Sports Entertainment