ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ଅଧିକ ଛକା ମାରିବାରେ ରେକର୍ଡ କଲେ ରୋହିତ
Khabar Odisha:sports--cricket--odisha--rohit-hits-most-six-in-test-series-broken-record-of-hetmyer
ରାଞ୍ଚି, ଅକ୍ଟୋବର୧୯(ଖବର ଓଡ଼ିଶା):

ହିଟ୍ ମ୍ୟାନ୍ ରୋହିତ ଶର୍ମା କୌଣସି ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ଅଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ରୋହିତ ଏ ଯାଏ ମୋଟ୍ ୧୭ଟି ଛକା ମାରି ସାରିଛନ୍ତି। ଏହା ପୂର୍ବରୁ ବାଂଲାଦେଶ ସହିତ ୨୦୧୮ରେ ହୋଇଥିବା ଦୁଇଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଓ୍ଵେଷ୍ଟଇଣ୍ଡିଜର ସିମରନ  ହେଟମାୟର ୧୫ ଛକା ମାରିଥିଲେ, ଯାହାକୁ ରୋହିତ ଅତିକ୍ରମ କରିଛନ୍ତି। ରୋହିତ ଏଠାରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଶନିବାର ନିଜର କ୍ୟାରିୟରର ଷଷ୍ଠ ଟେଷ୍ଟ ଶତକ ହାସଲ କରିଥିଲେ।  ଏହା ସହିତ ଦକ୍ଷିଣ ଆଫ୍ରିକା ସହିତ ଜାରି ଏହି  ଶୃଙ୍ଖଳାରେ ଏହା ତାଙ୍କର ତୃତୀୟ ଶତକ।

ରୋହିତଙ୍କ ନାମରେ କୌଣସି ଗୋଟିଏ ଟେଷ୍ଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି। ରୋହିତ ବିଶାଖାପାଟଣାରେ ଖେଳାଯାଇଥିବା ଟେଷ୍ଟରେ ମୋଟ୍ ୧୩ଟି ଛକା ମାରିଥିଲେ। ରୋହିତ ପାକିସ୍ତାନର ଓ୍ଵାସିମ ଆକ୍ରମଙ୍କ ୧୨ ଛକା ରେକର୍ଡ ଭଙ୍ଗ କରିଥିଲେ। ରୋହିତ କ୍ରିକେଟର ତିନୋଟି ଫର୍ମାଟରେ ଭାରତ ପାଇଁ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରି ସାରିଛନ୍ତି। ଏହା ସହିତ ରୋହିତ ଗୋଟିଏ ଶୃଙ୍ଖଳାରେ ତିନୋଟି ଶତକ ହାସଲ କରିବାରେ ଦ୍ଵିତୀୟ ଭାରତୀୟ ଓପନର ହୋଇଛନ୍ତି। ରୋହିତଙ୍କ ବ୍ୟତୀତ ସୁନିଲ ଗାଭାସ୍କର ଗୋଟିଏ ଶୃଙ୍ଖଳାରେ ତିନି କିମ୍ବା ସେଥିରୁ ଅଧିକ ଶତକ ହାସଲ କରିଥିଲେ।

ହେଟମାରୟଙ୍କ  ପରେ ଟେଷ୍ଟରେ ଛକା ମାରିବା ମାମଲାରେ ହରଭଜନ ସିଂହଙ୍କ ନାମ ଥିଲା। ସେ ୨୦୧୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪ଟି ଛକା ମାରିଥିଲେ। ରୋହିତ ରାଞ୍ଚି ଟେଷ୍ଟରେ ନିଜର ଶତକ ପୂରା କରିବା ସହିତ ଟେଷ୍ଟ କ୍ୟାରିୟରେ ୨୦୦୦ ରନ ମଧ୍ୟ ପୂରା କରିଛନ୍ତି। ଶତକ ପୂରା କରିବା ସହିତ ଏହି ଶୃଙ୍ଖଳାରେ ୪୦୦ ରନ ମଧ୍ୟ ପୂରା କରିଛନ୍ତି।

Subscribe

National International State Sports Entertainment