ଦେଖି ପାରିଲେ ନାହିଁ ଅମ୍ପାୟାର, ନଚେତ୍ ମନୀଷ ପାଣ୍ଡେଙ୍କ ଏହି ଭୁଲ କାରଣରୁ ପୂରା ଦଳକୁ ମିଳିଥାନ୍ତା ସଜା
Khabar Odisha:sports--cricket--odisha--ndia-vs-new-zealand-if-umpires-noticed-manish-pandey-fake-fielding-then-india-penalised-five-runs
ଅକଲାଣ୍ଡ, ଜାନୁଆରୀ ୨୫(ଖବର ଓଡ଼ିଶା):

ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବିଜୟ ସହିତ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଗୋଟିଏ ଓଭର ବାକି ଥାଇ ୬ ଓ୍ଵିକେଟରେ ବିଜୟ  ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି କିଓ୍ଵି ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା। ଜବାବରେ ଭାରତ କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ସହଜରେ ମ୍ୟାଚ୍ ଜିତି ନେଇଥିଲା। ମାତ୍ର ଦଳ ଏହି ମ୍ୟାଚରେ ଭାଗ୍ୟଶାଳୀ ରହିଛି ଯେ, ଗୋଟିଏ ଭୁଲ ପ୍ରତି ଅମ୍ପାୟରଙ୍କ ନଜର ପଡ଼ିନାହିଁ, ନଚେତ୍ ସଜା ଭାବେ କିଓ୍ଵି ଦଳ ଖାତାରେ ଅତିରିକ୍ତ ପାଞ୍ଚ ରନ ଯୋଡ଼ା ଯାଇଥାନ୍ତା। କିଏ କହି ଥାନ୍ତା ପରେ ଏହି ୫ ରନ ଦଳ ପାଇଁ କେତେ ମହଙ୍ଗା ପଡ଼ିଥାନ୍ତା। 

ଭାରତୀୟ ଦଳ ଉପରେ ଏହି ପେନଲାଟି ମିଛ ଫିଲ୍ଡିଂ  କାରଣରୁ ଲାଗିଥାନ୍ତା। ଘଟଣା ଘଟିଛି ଏମିତି। ନ୍ୟୁଜିଲାଣ୍ଡ ବ୍ୟାଟିଂର ୨୦ ଓତମ ଓଭର ବୋଲି କରିବାକୁ ଆସିଥିଲେ ଯଶପ୍ରୀତ ବୁମରା। ତାଙ୍କର ପ୍ରଥମ ବଲକୁ ରସ୍ ଟେଲର ମିଡ୍ ଓ୍ଵିକେଟେ୍ ଅଞ୍ଚଳକୁ ସଟ୍ ଖେଳିଥିଲେ। ଏହା ପରେ ଟେଲର ଏକ ରନ ନେଇ ଦ୍ଵିତୀୟ ରନ ନେବାକୁ ଚେଷ୍ଟା କରିଥିଲେ, ମାତ୍ର ମନିଷ ପାଣ୍ଡେଙ୍କ ମିଛ ଫିଲ୍ଡିଂ ପାଇଁ ତାଙ୍କୁ କ୍ରିଜକୁ ଫେରିବାକୁ ପଡ଼ିଥିଲା। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ସ୍ପଷ୍ଟ ନଜର ଆସୁଛି ଯେ, ପାଣ୍ଡେ ବଲ୍ ଧରିବାକୁ ବିଫଳ ହୋଇଥିଲେ ମଧ୍ୟ ଏମିତି ଦେଖାଇଥିଲେ ଯେମିତି ତାଙ୍କ ହାତରେ ବଲ ରହିଛି।  

ପାଣ୍ଡେଙ୍କ ଏହି ପରି ମିଛ ଫିଲ୍ଡିଂ ଉପରେ ଅମ୍ପାୟରଙ୍କ ନଜର ପଡ଼ିନଥିଲା। ଯଦି ଅମ୍ପାୟର ମନୀଷ ପାଣ୍ଡେଙ୍କ ଏହି ମିଛ ଫିଲ୍ଡିଂକୁ ଦେଖି ପାରିଥାନ୍ତେ ତେବେ ଭାରତ ଉପରେ ପେନାଲଟି ଭାବେ ଅତିରିକ୍ତ ପାଞ୍ଚ ରନ ଭୋଗିବାକୁ ପଡ଼ିଥାନ୍ତା। ଏହି ପାଞ୍ଚ ରନ ଗୋଟିଏ ମ୍ୟାଚର ପରିଣାମ ଓଲଟାଇବା ପାଇଁ ପର୍ୟ୍ୟାନପ୍ତ। ନିୟମ ୪୧.୫ ଅନୁସାରେ ଭାରତ ଉପରେ ଏହି ପେନାଲଟି ଲଗାଯାଇଥାନ୍ତା। ମିଛ ଫିଲ୍ଡିଂ ପାଇଁ ପ୍ରଥମ ଥର ମାର୍ନସ ଲାବୁସନେଙ୍କ ଉପରେ ପେନଲାଟି ଲାଗି ସାରିଛି।

Subscribe

National International State Sports Entertainment