ଭାରତ ବନାମ ନ୍ୟୁଜିଲାଣ୍ଡ: ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇପାରେ ଭାରତ, କାଲି ଦ୍ଵିତୀୟ ଦିନିକିଆ
Khabar Odisha:sports--cricket--odisha--india-vs-new-zealand-2nd-odi-predicted-playing-xi-virat-kohli-make-two-changes
ଅକଲାଣ୍ଡ, ଫେବୃଆରୀ୦୭(ଖବର ଓଡ଼ିଶା):

ଟି-୨୦ ଶୃଙ୍ଖଳା ପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ବ୍ୟାଟିଂରେ ଦଳ ସଫଳ ହୋଇଥିଲେ ମଧ୍ୟ ବୋଲର ନିରାଶଜନକ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଶନିବାର ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ଦିନିକିଆ ଖେଳାଯିବ। ଶୃଙ୍ଖଳାରେ ତିଷ୍ଠି ରହିବାକୁ ହେଲେ ଭାରତକୁ କାଲିର ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡ଼ିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଦଳକୁ ୩୪୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଦଳ ସହଜରେ ୧୧ ବଲ ବଳକା ଥାଇ ହାସଲ କରି ନେଇଥିଲା। ଦ୍ଵିତୀୟ ଦିନିକିଆରେ ଏମିତି ରହିପାରେ ଚୂଡ଼ାନ୍ତ ଏକାଦଶ। 

ମୟଙ୍କ ଅଗ୍ରଓ୍ଵାଲ- ଆଘାତ କାରଣରୁ ରୋହିତ ଶର୍ମା ଦିନିକିଆ ଶୃଙ୍ଖଳାରୁ ବାହାର ହୋଇ ଯାଇଛନ୍ତି। ଏହା ପରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସୁଯୋଗ ମିଳିଛି। ସେ ହାମିଲଟନ ଦିନିକିଆରେ ପଦାର୍ପଣ କରିଥିଲେ। ମାତ୍ର ପ୍ରଥମ ମ୍ୟାଚରେ ସେ କେବଳ ୩୨ ରନ କରିପାରିଥିଲେ। କିନ୍ତୁ କୋହଲି ତାଙ୍କୁ ଆଉ ଗୋଟିଏ ସୁଯୋଗ ଦେଇ ପାରନ୍ତି।

ପୃଥ୍ଵୀ ସ- ପ୍ରଥମ ଦିନିକିଆରେ ଦୁଇ ଓପନିଂ ବ୍ୟାଟସମ୍ୟାନ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ। ମୟଙ୍କଙ୍କ ବ୍ୟତୀତ ପୃଥ୍ଵୀ ସ ମଧ୍ୟ ସୀମିତ ଓଭର କ୍ରିକେଟରେ ପାଦ ଦେଇଥିଲେ। ମାତ୍ର ସେ ମଧ୍ୟ ପଦାର୍ପଣ ମ୍ୟାଚରେ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ତାଙ୍କୁ କାଲି ଆଉ ଗୋଟିଏ ସୁଯୋଗ ମିଳିପାରେ। 

ବିରାଟ କୋହଲି- ପ୍ରଥମ ଦିନିକିଆରେ ଅଧିନାୟକ କୋହଲି ୫୧ ରନର ପାଳି ଖେଳିଥିଲେ। ସେ ଇସ ସୋଢ଼ିଙ୍କ ବଲରେ ବୋଲ୍ଡ  ହୋଇଥିଲେ। ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ତାଙ୍କ ଉପରେ ଅତିରିକ୍ତ ଦାୟିତ୍ଵ ରହିଛି।

ଶ୍ରେୟସ ଆୟର- ନମ୍ବର ୪ରେ କୌଣସି ବ୍ୟାଟସମ୍ୟାନ ଶତକ  ମାରୁ, ଏଥିପାଇଁ ଭାରତକୁ ବର୍ଷାଧିକ ସମୟ ଅପେକ୍ଷା  କରିବାକୁ ପଡ଼ିଥିଲା, ଏହି ଅପେକ୍ଷାକୁ ଶ୍ରେୟସ ଆୟର ଗତ ମ୍ୟାଚରେ ସମାପ୍ତ କରିଥିଲେ। ଦ୍ଵିତୀୟ ଦିନିକିଆରେ ମଧ୍ୟ ଶ୍ରେୟସଙ୍କଠୁ ଦଳ ଏମିତି ଆଶା ରଖିଛି। 

କେଏଲ ରାହୁଲ- ସଂପ୍ରତି କେଏଲ ରାହୁଲ  ଚମତ୍କାର ଫର୍ମରେ ଅଛନ୍ତି। ଟି-୨୦ରେ ଓପନିଂ ବ୍ୟାଟସମ୍ୟାନ ଭାବେ ନିଜକୁ ସାବ୍ୟସ୍ତ କରିଥିବା ବେଳେ ଦିନିକିଆରେ ମଧ୍ୟ କ୍ରମରେ ବି ତାଙ୍କ ବ୍ୟାଟ୍ ଗର୍ଜିଛି। ଏହା  ସହିତ ଓ୍ଵିକେଟ୍ କିପିଂରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି। ଗତ ମ୍ୟାଚରେ ନମ୍ଵର ୫ରେ ସେ ୬୪ଟି ବଲରୁ ୮୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

କେଦାର ଯାଦବ- ମନୀଷ ପାଣ୍ଡେଙ୍କ ସ୍ଥାନରେ କେଦାର ଯାଦବଙ୍କୁ ଦଳରେ ସାମିଲ କରିବା ସଭିଙ୍କୁ ଚକିତ କରିଥିଲା। ପ୍ରଥମ ମ୍ୟାଚରେ ସେ କମ ବଲରୁ ୨୬ ରନ କରି ଅପରାଜିତ ଥିଲେ। ଦ୍ଵିତୀୟ ଦିନିକିଆରେ ଏହା ଦେଖିବା ବାକି ରହିଲା ଯେ ଅଧିନାୟକ କୋହଲି ତାଙ୍କୁ ବୋଲର ଭାବେ ନିୟୋଜିତ କରିବେ ନାହିଁ। 

ରବିନ୍ଦ୍ର ଜାଡ଼େଜା- ପ୍ରଥମ ଦିନିକିଆରେ  ଜାଡ଼େଜାଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିନଥିଲା। ମାତ୍ର ସେ ଯଶପ୍ରୀତ ବୁମରାଙ୍କ ପରେ ଦ୍ଵିତୀୟ କମ ରନ ଦେଇଥିଲେ। ଦ୍ଵିତୀୟ ଦିନିକିଆରେ ସେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ପାରନ୍ତି। 

ମହମ୍ମଦ ସାମି- ଗତ ଦିନିକିଆରେ ମହମ୍ମଦ ସାମିଙ୍କୁ ଗୋଟିଏ ସଫଳତା ମିଳିଥିଲା। ବରିଷ୍ଠ ଖେଳାଳି ଭାବେ ମୁସ୍କିଲ ପରିସ୍ଥିତିରେ ଦଳ ପାଇଁ ଓ୍ଵିକେଟ୍ ନେବାରେ ସେ ସକ୍ଷମ ଅଟନ୍ତି। 

ୟୁଜବେନ୍ଦ୍ର ଚହଲ- ହାମିଲଟନ ଦିନିକିଆରେ କୁଲଦୀପ ଯାଦବ ଆଶାଠୁ ବୀପରିତ ପ୍ରଦର୍ଶନ କରିଥିଲେ। ସେ ବୋଲିଂରେ ମହଙ୍ଗା ସାବ୍ୟସ୍ତ ହୋଇ ୮୪ ରନ ଦେଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ଫର୍ମରେ ଥିଲେ। ଅଧିନାୟକ କୋହଲିଙ୍କ ଯୋଜନା ଟି-୨୦ରେ ୟୁଜବେନ୍ଦ୍ର ଓ ଦିନିକିଆରେ କୁଲଦୀପଙ୍କୁ ସାମିଲ ଯୋଜନା କରିଥିଲେ। ମାତ୍ର ପ୍ରଥମ ଦିନିକିଆ ପରେ କୋହଲିଙ୍କୁ ଏହି ବିଷୟରେ ପୁଣି ଥରେ ବିଚାର କରି ପାରନ୍ତି। ଦ୍ଵିତୀୟ ଦିନିକିଆରେ କୁଲଦୀପଙ୍କ ସ୍ଥାନରେ ଚହଲଙ୍କୁ ସୁଯୋଗ ମିଳିପାରେ। 

ନବଦୀପ ସାଇନି- ଦ୍ଵିତୀୟ ଦିନିକିଆରେ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସୁଯୋଗ ମିଳିପାରେ। ଗତ ମ୍ୟାଚରେ ଶାର୍ଦ୍ଦୁଳ ୯ ଓଭରରେ ୮୦ ରନ ଦେଇଥିଲେ। ଶାର୍ଦ୍ଦୁଳ ଭାରତ ପାଇଁ ୯ଟି ଦିନିକିଆ ଖେଳିଥିଲେ ମଧ୍ୟ ୬ଟି ଇନିଂସରୁ ୬ରୁ ଅଧିକ ହାରରେ ବୋଲିଂ କରିଥିଲେ। ତେଣୁ ଦ୍ଵିତୀୟ ଦିନିକିଆରେ ସାଇନିଙ୍କୁ ଦଳରେ ସୁଯୋଗ ମିଳିପାରେ।

ଯଶପ୍ରୀତ ବୁମରା- ଗତ ମ୍ୟାଚରେ ଯଶପ୍ରୀତ ବୁମରା ୧୦ ଓଭରରେ ୧ ଓ୍ଵିକେଟ୍ ନେଇ ୫୩ ରନ ଦେଇଥିଲେ। ଏଥିରେ ସନ୍ଦେହ ନାହିଁ ଯେ ପ୍ରଥମ ଦିନିକିଆରେ ସେ ସର୍ବଶ୍ରେଷ୍ଠ ବୋଲର ଥିଲେ। ଦ୍ଵିତୀୟ ଦିନିକିଆରେ ତାଙ୍କଠୁ ଅଧିକ ଓ୍ଵିକେଟ୍ ନେବାର ଆଶା ରହିଛି।

Subscribe

National International State Sports Entertainment